କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ୬ ଗିରଫ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘର ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁରୁ ୩ ଜଣ ଓ ପଙ୍କଳ ସାହିରୁ ଅନ୍ୟ ୩ ଜଣଙ୍କୁ ବନ ବିଭାଗ ଗିରଫ କରିଛି। ବାର୍‌ହା ଶିକାର ଓ ଫାଶ ପକାଇବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି।

ଗତ ଶୁକ୍ରବାର ଦିନ ବୁଗୁଡ଼ା ବନାଞ୍ଚଳ ମାଣିତର ନଗୁଡ଼ୁ ନିକଟରେ ଶିକାରୀ ବସାଇଥିବା ବାର୍‌ହା ଫାଶରେ ଏହି କଲରାପତରିଆ ବାଘ ପଡ଼ି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ହେଲେ ଲୋକଙ୍କୁ ଦେଖି ବାଘ ଭୟରେ ଛାଟିପିଟି ହୋଇ ଫାଶରୁ ଖସି ଜଙ୍ଗଲକୁ ପଳାଇଥିଲା। ତେବେ ବାଘ ଦେହରେ ଜାଲର କିଛି ଅଂଶ ଲାଗି ଥିବା ଯୋଗୁ ପରେ ବନ ବିଭାଗ କର୍ମଚାରୀମାନେ ଜାଲ ବସାଇ ବାଘଟିକୁ ପୁଣିଥରେ ଧରିଥିଲେ। ଏହାପରେ କିରିଆମ୍ବା ଜଙ୍ଗଲରେ ଛାଡ଼ିବାକୁ ନେଉଥିବା ବେଳେ ବାଘଟିର ମୃତ୍ୟୁ ଘଟିଥିଲା।

You might also like