• translate
Mihir Pattnayak

ପଦ୍ମପୁର: ଗତ ୧୨ ତାରିଖରେ ହୋଇଥିବା ଏକ ଲୁଟ୍ ମାମଲାରେ ବରଗଡ଼ ଜିଲ୍ଲା ପଦ୍ମପୁର ପୁଲିସ୍‌ ୬ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ସମସ୍ତ ଲୁଟ୍ ସାମଗ୍ରୀ ସହିତ ୨ଟି ବାଇକ୍‌ ଜବତ କରାଯାଇଛି। ୧୨ ତାରିଖରେ ଏମାନେ ବାବୁଲାଲ୍‌ ମେହର ନାମକ ଜଣେ ବ୍ୟକ୍ତିଙ୍କଠାରୁ ୩୪ ହଜାର ଟଙ୍କା ସହ ବାଇକ୍ ଓ ମୋବାଇଲ୍ ଫୋନ୍‌ ଲୁଟି ନେଇଥିଲେ। ଏନେଇ ବୁଡ଼େନ୍‌ ଥାନାରେ ଅଭିଯୋଗ ହୋଇଥିଲା।

ପଦ୍ମପୁର ଉପଖଣ୍ଡ ପୁଲିସ୍‌ ଅଧିକାରୀ (ଏସ୍‌ଡିପିଓ) ପ୍ରଦୀପ କୁମାର ସାହୁ କହିଛନ୍ତି,“ବାବୁଲାଲ ମେହେର ଏକ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ୧୨ ତାରିଖ ଦିନ ସେ ଟଙ୍କା ସଂଗ୍ରହ କରି ଅଫିସ୍‌କୁ ଫେରୁଥିବା ବେଳେ ଅଭିଯୁକ୍ତମାନେ ଏକ ବନ୍ଧ ପାଖରେ ତାଙ୍କୁ ଅଟକାଇ ମାରପିଟ କରିଥିଲେ। ଏହା ପରେ ତାଙ୍କ ବ୍ୟାଗ୍‌ରେ ଥିବା ୩୪ ହଜାର ଟଙ୍କା ନେଇ ଯାଇଥିଲେ। ସେମାନେ ତାଙ୍କ ବାଇକ୍ ଓ ମୋବାଇଲ୍ ଫୋନ୍ ବି ନେଇ ଯାଇଥିଲେ। ସେମାନେ ବାବୁଲାଲ୍‌ଙ୍କୁ ବାନ୍ଧି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ।”

ଏ ସଂକ୍ରାନ୍ତରେ ବୁଡେନ୍ ଥାନାରେ ମାମଲା ରୁଜୁ ହୋଇଥିଲା। ଏ ଘଟଣାର ତଦନ୍ତ ପାଇଁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Other Stories

  • Dibyanga Man
    Divyang Man ମତେ ଛାଡ଼… ମୁଁ ଆଜି କିରୋସିନି ଢ଼ାଳି ହେଇ ମରିବି…

    ପାରାଦୀପ ଲକ୍ ଥାନା ସମ୍ମୁଖରେ ହେମନ୍ତ ପ୍ରଧାନ ନାମକ ଦିବ୍ୟାଙ୍ଗ ବ୍ୟକ୍ତି ଆଜି ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଘର ନିକଟସ୍ଥ କୋଠି ଗାଁରେ। ଦେହରେ କିରାସିନି ଢାଳି ସେ ନିଜକୁ ଜାଳିବାକୁ ଉଦ୍ୟମ କଲାବେଳେ ପୋଲିସ...

  • BJP Protest
    Mamita Murder Case ଦୌଡି ଦୌଡି ଆସିଲେ ଅଣ୍ଡା ମାରିଦେଇଗଲେ

    ପୋଲିସକୁ ଅଣ୍ଡା ମାଡ଼ । ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି ।

  • DRDO Espionage Case
    DRDO Espionage Case ଦୁବାଇରୁ ଆସିଥିଲା ଟଙ୍କା

    DRDO ହନିଟ୍ରାପ୍ ମାମଲାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି.. ଦୁବାଇର ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜରୁ ଆସିଥିଲା ୨୪ ହଜାର ଟଙ୍କା.. ରାହସ୍ୟମୟୀ ମହିଳା ରାଜସ୍ଥାନ ମିଲିଟାରୀ ଇଂଜିନିୟରିଂ ସର୍ଭିସର ଜଣେ କର୍ମଚାରୀଙ୍କୁ ମଧ୍ୟ ହନିଟ୍ରାପ୍...

  • Bar
    Bhubaneswar Bars & Pubs ରଙ୍ଗଶାଳାର ରଙ୍ଗ ଛାଡ଼ିଗଲା, ବାରରେ ଝୁଲିଲା ତାଲା

    ଚାଲିଥିଲା ନାଚଗୀତ। ଖୁଲମଖୁଲା ହେଉଥିଲା ବେପାର। ମସଗୁଲ ହୋଇ ମଦ ପିଉଥିଲେ ମଦ୍ୟପ। ହଠାତ ରଙ୍ଗଶାଳାର ଝକିମିକି ଲାଇଟ ଲିଭିଗଲା। କେହି କିଛି ବୁଝିବା ପୂର୍ବରୁ ଆରମ୍ଭ ହୋଇଗଲା ଚଢାଉ। ମନୀଷ ହତ୍ୟାକାଣ୍ଡ ପରେ ସ୍କାନରରେ ବାର।...