• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପୁରୀ: ପୁରୀ ଜିଲ୍ଲା ତଳଜଙ୍ଗ ନଈକୂଳସାହିରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଯୁବତୀଙ୍କ ପରିବାରର ୬ ଜଣଙ୍କୁ ପୁରୀ ପୋଲିସ ଗିରଫ କରିଛି। ଏନେଇ ପ୍ରେସମିଟରେ ପୁରୀ ଏସ୍‌ଡିପିଓ କିଶୋର କୁମାର ମୁଣ୍ଡ ସୂଚନା ଦେଇଛନ୍ତି। ମୃତ ଯୁବତୀଙ୍କ ଭାଇ, ୩ ଦାଦା ଏବଂ ୨ ଦାଦାପୁଅ ଭାଇଙ୍କୁ ଗିରଫ କରାଯାଇଛି।

ଘଟଣା ସ୍ଥଳରୁ ଜବତ ହାଡ଼ର ଫୋରେନସିକ୍ ଟେଷ୍ଟ କରାଯିବ। କାଲି ମଶାଣୀରୁ ମାଟି ଖୋଳି ଯୁବତୀଙ୍କ ହାଡ଼ ଜବତ କରାଯାଇଥିଲା। ଆତ୍ମହତ୍ୟା ପରେ ପରିବାର ଲୋକେ ପୋଡ଼ି ଦେଇଥିବା କହିଥିଲେ। ପୋଲିସକୁ ଲୁଚାଇ ଶବ ପୋଡ଼ି ଦେଇଥିବାରୁ ମାମଲା ରୁଜୁ ହୋଇଥିଲା।

କଣ ଥିଲା ସମ୍ପୂର୍ଣ୍ଣ ଘଟଣା:

ଗତ ଶନିବାର ଦିନ ରୀ ସଦର  ତଳଜଙ୍ଘ ନଇକୂଳ ସାହିର ୧୮ ବର୍ଷୀୟା ଭାରତୀ ଜେନାର ମୃତ୍ୟୁ ଘଟିଥିଲା। ଲାବଣ୍ୟ ଜେନା ଓ ସ୍ବର୍ଗତଃ ରଘୁନାଥ ଜେନାଙ୍କ ଝିଅ ଭାରତୀଙ୍କ ପ୍ରେମଜନିତ ସମ୍ପର୍କ ଘଟଣାରୁ ହତ୍ୟା କରି ଅଧା ପୋଡି ପୋତିଦିଆଯାଇଥିବା ସନ୍ଦେହ କରାଯାଇଥିଲା। ଏହି ଘଟଣାରେ ପୋଲିସ ସାତ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ଗତ ଏକମାସ ତଳେ ସଂପୃକ୍ତ ଯୁବତୀ ଗାଁର ଜଣେ ଯୁବକ ସହ ପ୍ରେମ ସମ୍ପର୍କ ରଖି ଫେରାର ହୋଇଯାଇଥିଲେ।

ଥାନାରେ ଏତଲା ଦିଆଯିବା ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ଯୁବତୀଙ୍କ ପରିବାର ଲୋକେ ତାକୁ ମାରପିଟ ସହ ମାନସିକ ନିର୍ଯାତନା ଦିଆଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଗାଁରେ ଏକ ଘରୋଇ ପ୍ଲଟରେ ଯୁବତୀଙ୍କ ମୃତଦେହକୁ ପୋଡି ତରବରିଆ ଭାବେ ପୋତି ଦେଇଥିଲେ। ଗ୍ରାମବାସୀ ଓ ପ୍ଲଟର ମାଲିକ ଥାନାରେ ଅଭିଯୋଗ କରିଥିଲେ। ଅଧାପୋଡା ହୋଇ ପୋତା ହୋଇଥିବା ଯୁବତୀଙ୍କ ମୃତଦେହ ମାଟିତଳୁ କଢାଯାଇଥିଲା। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କଢାଗଲା। 

6-arrested-for-illigal-death-cremation
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories