ପୁରୀ ଜିଲ୍ଲା ପଟ୍ଟନାୟିକିଆ ଟ୍ରିପଲ୍ ମର୍ଡର ; ବିଚାର ବିଭାଗୀୟ ହାଜତକୁ ଗଲେ ୬ ଅଭିଯୁକ୍ତ

ପୁରୀ : ବିଚାର ବିଭାଗୀୟ ହାଜତକୁ ଗଲେ ପୁରୀ ଜିଲ୍ଲା ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡରରେ ସଂପୃକ୍ତ ୬ଜଣ ଅଭିଯୁକ୍ତ। ଆଜି ହତ୍ୟାକାଣ୍ଡରେ ସଂପୃକ୍ତ ୬ଜଣଙ୍କୁ ମେଡିକାଲ ଯାଞ୍ଚ ପରେ କୋର୍ଟ ଚାଲାଣ କରାଯାଇଥିଲା।

କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି।  ଜମିବାଡ଼ି ଓ ପାରିବାରିକ କନ୍ଦଳ ଯୋଗୁ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା।

ସେପଟେ କିନ୍ତୁ ଆଜି ବି ହତ୍ୟାକାଣ୍ଡକୁ ବିରୋଧ କରି ବନ୍ଦ ରହିଛି ପଟ୍ଟନାୟିକିଆ ଛକରେ ଥିବା ଦୋକାନ ବଜାର।

ଗତ ରବିବାର ତିନି ଭାଇଙ୍କୁ ପଟ୍ଟନାୟିକିୟା ଛକରେ ଅତି ନିମର୍ମ ଭାବେ ହତ୍ୟା କରାଯାଇଥିଲା। ଜମି ବିବାଦ ଓ ଉଠାଦୋକାନକୁ ନେଇ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସୂଚନା ପାଇଛି।

You might also like