ସାବଧାନ ! ଗାଁକୁ ପ୍ରବେଶ କଲେ ୫ ହଜାର ଟଙ୍କା ଜରିମାନା

ରାୟଗଡ଼ା: ସାବଧାନ ! ଗାଁ ଭିତରକୁ ପ୍ରବେଶ କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ହେବେ। ଅଜଣା ବାହାର ଲୋକ ଅଜାଣତରେ ପ୍ରବେଶ କଲେ ଗଣିବାକୁ ପଡ଼ିବ ତଣ୍ଡ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଖୁଣ୍ଟବାଡ଼ି ଗାଁର ପ୍ରବେଶ ପଥରେ ଦେଖିବାକୁ ମିଳିଛି ଏଭଳି ପୋଷ୍ଟର।

ଆଦିବାସୀ ଅଧ୍ୟୁଷିତ ଏହି ଗାଁର ଲୋକମାନେ ଏକ ପୂଜା କରୁଥିବାରୁ ଏହି ସମୟରେ ଗାଁରେ କୌଣସି ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ତେବେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ଲଗାଇଥିବା ଏ କଟକଣା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏହି ଗାଁର ସ୍କୁଲ ଛାତ୍ରଛାତ୍ରୀ।

ସ୍କୁଲ ପିଲା କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀ ଖୁଣ୍ଟବାଡ଼ି ଗାଁ ଦେଇ ଯିବାକୁ ଡରୁଥିବାରୁ ସ୍କୁଲରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଖୁଣ୍ଟବାଡ଼ି ଗାଁ ଲୋକ ଗଲା ୧୭ ତାରିଖରୁ ସପ୍ତାହେ ଧରି ପୂଜା କରୁଥିବା ଏବଂ ବାହାର ଲୋକଙ୍କୁ ଗାଁରେ ପ୍ରବେଶ କରାଇ ଦେଉନଥିବା ଭଳି ଅନ୍ଧବିଶ୍ୱାସ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

You might also like