କଟକରୁ ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କଟକ ସହରରୁ ଆଜି ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୧୧, ପେଡ୍‌ କ୍ୱାରେଣ୍ଟିନରୁ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି  ହୋମ୍ କ୍ୱାରେଣ୍ଟିନରୁ ୩୬ ଏବଂ ଲୋକାଲ କଣ୍ଟାକ୍ଟ କେସ୍ ୮ ଜଣ ରହିଛି।

କେଉଁ ଅଞ୍ଚଳରୁ ଲୋକାଲ କେଶ ଚିହ୍ନଟ:-

ଲୋକାଲ କେସ୍ ମଧ୍ୟରେ ଦରଘାବଜାର ଅଞ୍ଚଳରୁ ଜଣେ, ମାଲଗୋଦାମ ବେହେରାସାହିରୁ ଜଣେ, ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଜଣେ, ଶଙ୍କରପୁରରୁ ଜଣେ, ତୁଲସୀପୁରରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଓଡ଼ିଆବଜାର ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି। ଓଡ଼ିଆବଜାର ଅଞ୍ଚଳରୁ ଜଣେ ୧୨ ଓ ୮୮ ବର୍ଷର ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୭୧ ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ଟିଭ କେସ୍ ୩୬୭ ରହିଛି। ୮ ଜଣଙ୍କ ମୃତ୍ୟୁ ହୋଇଛି।

ଓଡ଼ିଶାରେ ଗୋଟିଏ ଦିନରେ ୧,୩୭୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୪୫୯ ରହିଛି। ୩୦ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।

You might also like