ମା’ କରୋନା ସଂକ୍ରମିତ, ଛୁଆ ନିରୋଗ

ବ୍ରହ୍ମପୁର: ମା’ କରୋନା ସଂକ୍ରମିତ, ହେଲେ ଛୁଆ ନିରୋଗ। ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତ ମହିଳାଙ୍କଠାରୁ ୫୭ ଜଣ ନିରୋଗ ଶିଶୁ ଜନ୍ମ ହୋଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରେ ଥିବା କୋଭିଡ୍‌ ହସ୍ପିଟାଲ୍‌ରେ ଏହି ଶିଶୁମାନେ ଜନ୍ମ ଗ୍ରହଣ କରିଛନ୍ତି। ମା’ ମାନେ କରୋନା ସଂକ୍ରମିତ ହୋଇଥିବା ସତ୍ତ୍ୱେ ନବଜାତ ଶିଶୁଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖିବାକୁ ମିଳି ନାହିଁ ଓ ସମସ୍ତେ ସୁସ୍ଥ ଅଛନ୍ତି।

You might also like