ଭୁବନେଶ୍ୱର:ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍ରେ ସୂଚନା ଦିଆଯିବା ପରେ ଏହି ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଏହି ଆକ୍ରାନ୍ତଙ୍କର ପରିଚୟ ମିଳି ପାରି ନ ଥିଲା।
ତେବେ ଆକ୍ରାନ୍ତଜଣକ ଯାଜପୁର ଜିଲ୍ଲାର ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ । ଏହାପରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ପୂର୍ବରୁ ବ୍ରହ୍ମବରଦାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଦ୍ୱିତୀୟ ପଜିଟିଭ୍ ସାନ ତ୍ରିଲୋଚନପୁରର ଜଣେ ୬୦ ବର୍ଷ ବୟସ୍କ ବୃଦ୍ଧ। ସେ କୋଲକାତାରେ ରହୁଥିଲେ। ସେ କିଛିଦିନ ତଳେ କୋଲକାତାରୁ ଫେରିବା ପରେ କ୍ୱାରେଣ୍ଟଇନ୍ରେ ଥିଲେ। ଚିହ୍ନଟ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ରହୁଥିବା ସାନତ୍ରିଲୋଚନ ପୁର ଗାଁ ଓ ନିକଟସ୍ଥ ସଇପୁର ଗାଁକୁ (ଆଂଶିକ) କୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ଯାଜପୁର ଜିଲ୍ଲାର ଦ୍ୱିତୀୟ ପଜିଟିଭ ଆକ୍ରାନ୍ତଙ୍କୁ କଟକ ଅଶ୍ୱିନୀ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟରେ ଏବେ ମୋଟ୍ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୩୭ ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି।