କଟକ ସହରରୁ ୫୬ କରୋନା ଆକ୍ରାନ୍ତ ଚିହ୍ନଟ
କଟକ: କଟକ ସହରରେ ଆଜି ଆଉ ୫୬ କରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ କ୍ୱାରେଣ୍ଟିନ, ଅନ୍ୟ ୨ ଜଣ ଲୋକାଲ କଣ୍ଟାକ୍ଟ ରହିଛି।
କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:
ଚଣ୍ଡିମନ୍ଦିର ଛକ ଖ୍ରୀଷ୍ଟିଆନ ସାହିରୁ ୨୫ ଆକ୍ରାନ୍ତ ଚିହ୍ନଟ। ମାଲଗୋଦାମ ବେହେରା ସାହିରୁ ଆଉ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୁଣା ରାଉସାପାଟଣାରୁ ୭, କେଶରପୁର ସତ୍ୟମ ଫ୍ଲାଟରୁ ୨ ଚିହ୍ନଟ ହୋଇଛନ୍ତି।
#COVID19 update in Cuttack city (CMC area)
Out of the 64 new COVID-19 +ve cases reported today in #Cuttack district, 56 +ve cases belong to Cuttack city (CMC area).
Another 7 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/Rok66RTVra
— CMC,Cuttack (@CMCCuttack) July 29, 2020
ଲୋକାଲ କେସ୍:-
ଟାଉନ୍ ହଲ ଜୁବୁଲି ଟାୱାରରୁ ଜଣେ ୪୭ ବର୍ଷୀୟ ପୁରୁଷ
ମାଲଗୋଦାମ ବେହେରାସାହିରୁ ଜଣେ ୨୦ ବର୍ଷୀୟ ଯୁବକ
ଓଡ଼ିଶାରେ ୧,୦୬୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧,୦୬୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୪୦୬ ରହିଛି। କଟକ ଜିଲ୍ଲାରୁ ୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।