ରାଜ୍ୟରେ ମିଳୁଥିବା କ୍ଷୀର ଭିତରୁ ୫୫% କ୍ଷୀର ନିମ୍ନମାନର; ଏଥିରେ କ୍ୟାନ୍‌ସର ରୋଗସୃଷ୍ଟିକାରୀ କାରକ ରହିଛି

ଭୁବନେଶ୍ୱର: ଓଡ଼ିଶା ବଜାରରେ ମିଳୁଥିବା କ୍ଷୀର ଭିତରୁ ୫୫ ପ୍ରତିଶତ କ୍ଷୀର ନିମ୍ନମାନର। ଖାଲି ଏତିକି ନୁହେଁ ରାଜ୍ୟରେ ଉପଲବ୍ଧ କ୍ଷୀର ଭିତରୁ ୯ ପ୍ରତିଶତ କ୍ଷୀର ଖାଇବା ଅନୁପଯୋଗୀ। କାରଣ ଏଥିରେ କର୍କଟ ରୋଗ ସୃଷ୍ଟିକାରୀ କାରକ ରହୁଛି ବୋଲି ଗବେଷଣାରୁ ଜଣାପଡ଼ିଛି।

ଅର୍ଥାତ ୯ ପ୍ରତିଶତ କ୍ଷୀରରେ ଆଫ୍ଲାଟୋକ୍ସିନ ଏମ୍ ଓ୍ୱାନ୍ ରହିଛି। ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ଦ୍ୱାରା ଧାର୍ଯ୍ୟ ପରିମାଣଠାରୁ ଅଧିକ ପରିମାଣର ଆଫ୍ଲାଟୋକିସନ ଏମ୍ ଓ୍ୱାନ ରହୁଥିବାରୁ ଏହା ସ୍ୱାସ୍ଥ୍ୟପକ୍ଷ ହାନିକାରକ ବୋଲି ବିଶେଷଜ୍ଞ କହିଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରୁ ବଭିନ୍ନ କଂପାନିର ୧୯୨ଟି ସାଂପୁଲ ସଂଗ୍ରହ କରି ପରୀକ୍ଷା କରିବାରୁ ୧୦୫ଟି ନିମ୍ନମାନର ବୋଲି ଜଣାପଡ଼ିଛି। ଦେଶରେ ନିମ୍ନମାନର କ୍ଷୀର ବିକ୍ରି କରୁଥିବା ୧୦ଟି ରାଜ୍ୟରୁ ଓଡ଼ିଶା ଅନ୍ୟତମ। ତାଲିକାର ପ୍ରଥମ ସ୍ଥାନରେ ଆନ୍ଧ୍ରପ୍ରଦେଶ ରହିଛି। ହେଲେ ଓଡ଼ିଶା ଅପେକ୍ଷା ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଭଲ ମାନର କ୍ଷୀର ମିଳୁଥିବା ଜଣାପଡ଼ିଛିା

ବଡ଼କଥା ହେଉଛି, ରାଜ୍ୟରେ ମିଳୁଥିବା କ୍ଷୀରରେ ଯେତେ ପରିମାଣର ଚର୍ବି ରହିବା କଥା, ତାଠୁ ଯଥେଷ୍ଟ ଅଧିକ ରହୁଛି। ଯଦିଓ ପ୍ୟାକେଟ ଉପରେ ଚର୍ବି ପରିମାଣ ଲେଖାଯାଉଛି। ପ୍ରକୃତ ପକ୍ଷେ କ୍ଷୀରରେ ଅଧିକ ରହୁଥିବା ଜଣାପଡ଼ିଛି।

You might also like