କଟକ ସହରରୁ ଆଉ ୫୫ କରୋନା ଆକ୍ରାନ୍ତ ଚିହ୍ନଟ
କଟକ: କଟକ ସହରରେ ଆଉ ୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୭ ହୋମ୍ କ୍ୱାରେଣ୍ଟିନ୍ ରହିଛି। ୨ ଟି ସରକାରୀ କ୍ୱାରେଣ୍ଟିନ୍ ଓ ୬ ଟି ଲୋକାଲ କଣ୍ଟାକ୍ଟ ରହିଛି। ଏମାନଙ୍କୁ ୫୫କୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୪କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ।
କେଉଁ ଅଞ୍ଚଳରୁ ହେଲେ ଚିହ୍ନଟ:-
- ମାଲଗୋଦାମ ବେହେରାସାହି କଣ୍ଟେନମେଣ୍ଟରୁ ୨୨ ଆକ୍ରାନ୍ତ ଚିହ୍ନଟ
- ପୁରୁଣା ରାଉସାପାଟଣାରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ
- ନୂଆପଡ଼ାରୁ ୭, ଓଏସ୍ଏପି ଷଷ୍ଠ ବାଟାଲିଅନରୁ ଯବାନ ଆକ୍ରାନ୍ତ
#COVID19 update in Cuttack city (CMC area)
Out of the 122 new COVID-19 +ve cases reported today in #Cuttack district, 55 +ve cases belong to Cuttack city (CMC area).
Another 33 recoveries have been reported recently! KUDOS to the efforts of all doctors & healthcare staff. pic.twitter.com/6Ll9Q49CXJ
— CMC,Cuttack (@CMCCuttack) August 2, 2020
ଲୋକାଲ୍ କେସ୍:-
- ତୁଳସୀପୁର, ମୁସଲିମ୍ ସାହିର ୨ ମହିଳା
- ଭାନପୁରର ଜଣେ ୩୧ ବର୍ଷିୟ ପୁରୁଷ
- ନୂଆ ବଜାର ଜଣେ ୫୮ ବର୍ଷୀୟ ପୁରୁଷ
- ପୁରୁଣା ରାଉସାପାଟଣାରୁ ୬୫ ବର୍ଷୀୟ ବୃଦ୍ଧା
- ଗଣେଶ ଘାଟରୁ ଜଣେ ୩୮ ବର୍ଷୀୟ ପୁରୁଷ
CMC ରିପୋର୍ଟ ଅନୁସାରେ କଟକ ସହରରେ ୫୧୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୦ ଜଣଙ୍କ ମୃତ୍ୟୁ ହୋଇଛି। ୪୮୩ ଜଣ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।