ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୧୮ ରହିଛି।
ସେହିଭଳି ଭୁବନେଶ୍ୱରରେ ଏବେ ସୁଦ୍ଧା ୫୨୩ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି, ଓ ୬୪୬ ଆକ୍ଟିଭ କେସ୍ ରହିଛି।
ଭୁବନେଶ୍ୱର ସହରରୁ ଆଉ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮ ରହିଛି। ତେବେ ୨୯ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି #Coronavirus #Odisha #COVID19 #Bhubaneswar pic.twitter.com/WodRolk9NT
— ଓଟିଭି (@otvkhabar) July 19, 2020
ଅନ୍ୟପଟେ ଆଜି ରାଜ୍ୟରେ ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୫୫ ରହିଛି।