• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ସୁରତ: ମହାମାରୀର ମହାସଙ୍କଟ ଭିତରେ ଚଳଚଞ୍ଚଳ ହୋଇଛି ସୁରତ ସହର। ଜୀବନ୍ୟାସ ପାଇଲା ସୂତାକଳର ନଗରୀ। ଫଳରେ ୨ ମାସ ଧରି ଦାନାପାଣିକୁ ନେଇ ଚିନ୍ତାରେ ଥିବା ପ୍ରବାସୀ ଓଡ଼ିଆଙ୍କ ରୋଜଗାରର ବାଟ ଫିଟିଛି। ହେଲେ ଓଡ଼ିଶା ଫେରିଥିବା ସୂତାକଳର ଶ୍ରମିକ କିନ୍ତୁ ଆଉ ସୁରତ ଯିବାକୁ ମଙ୍ଗୁନାହାଁନ୍ତି। କାରଣ କରୋନା ସମୟରେ ସାଂଘାତିକ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥିଲା ତାଙ୍କୁ। ଏଭଳି ସ୍ଥିତିରେ ସଂପୃକ୍ତ ଶ୍ରମିକଙ୍କ ଭବିଷ୍ୟତ କଣ ହେବ ? କିଏ ଯୋଗାଇବ କର୍ମ ସଂସ୍ଥାନ ? କମ୍ ସଂଖ୍ୟକ ଶ୍ରମିକଙ୍କୁ ନେଇ ଚାଲିବ ତ ସୁରତର ସୂତାକଳ ? ଏବେ ଏମିତି ପ୍ରଶ୍ନ ମୁଣ୍ଡ ଟେକିଛି।

ଲକ୍ଷ ଲକ୍ଷ ଓଡ଼ିଆଙ୍କ ଜୀବନ ଜୀବିକାର ଠିକଣାର ସହର ହେଉଛି ସୁରତ। ହେଲେ ସେମାନଙ୍କ ଦାନାପାଣି ଛଡ଼ାଇ ନେଇଛି ମହାମାରୀ କରୋନା ଭାଇରସ। କାହାର ରୋଜଗାର ବନ୍ଦ କରିଦେଇଛି ତ ଆଉ କାହାର କର୍ମ ସଂସ୍ଥାନ ଚାଲିଯାଇଛି।

ଏବେ କିନ୍ତୁ ଓଡ଼ିଆଙ୍କ ଆଶା ସଞ୍ଚାର ହୋଇଛି। କାରଣ ଜୀବୀକା ଦେଉଥିବା ସୂତାକଳର ତାଲା ଫିଟିଛି। ଆଉ ଘର୍ଘର ନାଦରେ ପୁଣି ଥରେ ଚଳଚଞ୍ଚଳ ହୋଇଛି ‘ଅଞ୍ଜନି’ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ। ଯେଉଁଠି ହଜାର ହଜାର ଓଡ଼ିଆଙ୍କ ଗୁଜରାଣ ମେଣ୍ଟେ।

ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ କଟକଣା କୋହଳ ପରେ ଏବେ ଏହି ଶିଳ୍ପାଞ୍ଚଳରେ ଥିବା ସୂତାକଳରେ ଆରମ୍ଭ ହୋଇଛି କାରବାର। ଏହି ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ରେ ଏକ ହଜାର ସୂତାକଳ ୟୁନିଟ୍‌ ମଧ୍ୟରୁ ଖୋଲିଛି ମାତ୍ର ୫୦ଟି। ଅନୁମତି ପାଇବା ପରେ ଖୁବଶୀଘ୍ର ଅନ୍ୟ ସବୁ ୟୁନିଟ୍‌ ଚାଲିବ ବୋଲି କହିଛି ବୁଣାକାର ମହାସଂଘ ପ୍ରମୁଖ ବିଜୟ ମାଙ୍ଗୁକିଆ।

ସୂତାକଳ ଖୋଲିବା ପରେ ଜୀବିକା ଆଶାରେ ସୁରତରେ ରହିଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ମିଳିଛି ଆଶ୍ୱସ୍ତି। ରୋଜଗାରର ବାଟ ଫିଟିଯିବାରୁ ଏବେ ସେମାନେ ଆଉ ଓଡ଼ିଶା ଫେରିବାକୁ ଚାହୁଁ ନାହାନ୍ତି। ତେବେ ଯେଉଁମାନେ ‘କରୋନା’କୁ ନେଇ ହନ୍ତସନ୍ତ ହେବା ପରେ ଓଡ଼ିଶା ଫେରିଆସିଛନ୍ତି, ସେମାନେ କିନ୍ତୁ ଆଉ ସୁରତ ଯିବାକୁ ମଙ୍ଗୁ ନାହାଁନ୍ତି। ପରିବାର ଲୋକେ ମଧ୍ୟ ଛାଡ଼ିବାକୁ ନାରାଜ।

ସୁରତରୁ ଫେରିଥିବା ଶ୍ରମିକଙ୍କ ଭିତରୁ ଅନେକ ଇନଷ୍ଟିଚ୍ୟୁଟ୍‌ନାଲ କ୍ୱାରେଣ୍ଟାଇ ସାରି ଘରକୁ ଫେରି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଗଞ୍ଜାମ ଜିଲ୍ଲାର ହଜାର ହଜାର ସୁରତ ଫେରନ୍ତାଙ୍କ ଅବସ୍ଥା ଏବେ ଦୟନୀୟ। ଯେଉଁମାନେ ଦିନେ ସୁରତରେ ଭଲ ଆୟ କରୁଥିଲେ ଓ ପରିବାର ଚଳାଉଥିଲେ। କରୋନା ମାଡ଼ରେ କଳକାରଖାନା ବନ୍ଦ ଯୋଗୁ ରୋଜଗାର ଚାଲିଯାଇଛି। ସାଂଘାତିକ ଦହଗଞ୍ଜ ହେବାକୁ ପଡ଼ିଲା ପ୍ରବାସୀଙ୍କୁ। ଏବେ ବି ଜୀବନ ଜୀବିକାକୁ ନେଇ ଚିନ୍ତାରେ ଅଛନ୍ତି।

ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା କହୁଛି, ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ଫେରିଥିବା ୭୦ ହଜାର ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସୁରତ ଫେରନ୍ତା। ଯେଉଁମାନେ ସୂତାକଳରେ କାମ କରୁଥିଲେ। ତେବେ ଲକ୍‌ଡାଉନ୍‌ ପରେ ଏମାନଙ୍କ ଭବିଷ୍ୟତ କଣ ହେବ? ହଜାର ହଜାର ସୁରତ ଫେରନ୍ତା ଶ୍ରମିକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯିବ ନା ପୁଣି ଥରେ ଏମାନେ ଫେରିଯିବେ ସୁରତ? ଏବେ ଏମିତି ନାନା ପ୍ରଶ୍ନ ଛିଡ଼ା ହୋଇଛି।

50-surat-spinning-mill-opened-but-migrants-dont-want-return-again1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories