• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପୁରୀ: ପିପିଲି ତରାକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ। ଏକ ବାଇକରେ ଯାଉଥିବା ୨ ଯୁବକଙ୍କଠାରୁ ଏହି ବିପୁଳ ପରିମାଣର ଟଙ୍କା ଜବତ କରିଛି ପିପିଲି ପୋଲିସ। ପିପିଲି ଟୋଲଗେଟ୍‌ରେ ପୋଲିସର ରୁଟିନ୍ ଚେକିଂ ବେଳେ ଏକ ନୀଳ ପଲସରରେ ଆସୁଥିବାଏହି ଦୁଇ ଯୁବକଙ୍କୁ ଅଟକାଇଥିଲା ପୋଲିସ। ତେବେ ଏମାନେ ନ ଅଟକି ପଳାଇଥିଲେ। ପିପିଲି ପୋଲିସ ପିଛା କରି ଦୁଇ ଜଣଙ୍କୁ ତରାକାଜ ଛକରେ ଧରିଥିଲା।

ଉଭୟ ଯୁବକ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ଏତେ ଟଙ୍କା କେଉଁଠୁ ଆସିଥିଲା, କୁଆଡ଼େ ଯାଉଥିଲା କିଛି ସ୍ପଷ୍ଟ ହୋଇନି। ୨ ଯୁବକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। 

ପିପିଲି ତରାକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି। ଦଳର ଏକ ଚାରି ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ପିିପିଲି ଟୋଲ୍‌ଗେଟ୍‌ରେ ରୁଟିନ୍ ଚେକିଂବେଳେ ୫୦ ଲକ୍ଷ ଟଙ୍କା ସହ ଧରାପଡ଼ିଥିବା ଦୁଇ ଯୁବକ ବିଜେପିର। ତେଣୁ ଘଟଣାର ତଦନ୍ତ ହେଉ।

ସେହିପରି ବିଜେପି ଅନେକ ବାର ଏଭଳି ଆଚରଣ ଦେଖାଇଥିବା ଅଭିଯୋଗ ସହ ପିପିଲିରେ ନିର୍ବାଚନକୁ ଅବାଧ କରିବା ଏବଂ ପୋଲିସ୍ ବଳ ବଢ଼ାଇବାକୁ ଦଳ ଦାବି କରିଛି। ତେବେ ବିଜେପି ନାଁରେ ଏଭଳି ଅଭିଯୋଗ ବିଜେଡିର ପୁରୁଣା ଅଭ୍ୟାସ ବୋଲି କହିବା ସହ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦଳର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ।

50-lakhs-seized-from-two-wheeler-at-pipili
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories