କୋଚିଳା ନଦୀବନ୍ଧରେ ଫାଟ
ଭଦ୍ରକ: ଭଦ୍ରକ ଧାମନଗର ବ୍ଲକର କୋଚିଳା ନଦୀବନ୍ଧରେ ଫାଟ ଦେଖାଦେଇଛି। ତରେଇସାହି ନିକଟରେ ନଦୀବନ୍ଧର ବାମ ପାର୍ଶ୍ୱ ଦବି ଯାଇଥିବା ଜଣା ପଡ଼ିଛି। ନଦୀବନ୍ଧ ଦବିବା ଯୋଗୁଁ ପ୍ରାୟ ୫୦ଫୁଟ୍ର ଫାଟ ହୋଇ ଯାଇଛି। ଏଥିପାଇଁ ଲୋକ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯଦି ବଡ଼ ବର୍ଷା ହୁଏ, କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ନଦୀ ବନ୍ଧ ପୁରା ଭାଙ୍ଗିଯିବାର ଆଶଙ୍କା ଅଛି। ମାସେ ତଳେ ଏଠାରେ କାମ ହୋଇଥିଲା। କିନ୍ତୁ ମାସେ ବି ଯାଇନି, ନଦୀବନ୍ଧ ଦବି ଯାଇଛି। ତେଣୁ ନିମ୍ନମାନର କାମ ହୋଇଥିବା ସନ୍ଦେହ କରାଯାଉଛି। ତେବେ ପ୍ରକୃତରେ କଣ ପାଇଁ ନଦୀ ବନ୍ଧ ଦବିଲା, ତାର ଅନୁଧ୍ୟାନ କରିବାକୁ ଜଳ ସେଚନ ବିଭାଗର ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି। ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।