ବ୍ରହ୍ମପୁର: ପାଣି ଭାବି ଡିଜେଲ ପିଇଦେଲା ୫ ବର୍ଷର ଶିଶୁ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କାଳିଆଘାଇ ଗାଁରେ ଜଣେ ଶିଶୁ ପାଣି ଭାବି ଡିଜେଲ ପିଇ ଦେବା ଫଳରେ ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ଅରୁଣ କୁମାର ରେଡ୍ଡି।
ଅରୁଣ ଅଜାଙ୍କ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ସନ୍ଧ୍ୟାରେ ସେ ପାଣି ଭାବି ଘରେ ରଖାଯାଇଥିବା ଡିଜେଲ୍ ପିଇ ଦେଇଥିଲେ।
କିଛି ସମୟ ପରେ ତାଙ୍କୁ ବାନ୍ତି ହୋଇଥିଲା। ତାଙ୍କୁ ପ୍ରଥମେ ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତା’ର ମୃତ୍ୟୁ ଘଟିଥିଲା।
<div style="position: relative; height: 0; padding-bottom: 56.25%;"></div>
Published By: Odishatv Bureau
Last updated: 14 September 2018, 08:50 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।