ବାଲି ଉଠାଇବାକୁ ଘାଟକୁ ଯାଇଥିଲେ ହଠାତ୍‌ ମାଡ଼ି ଆସିଲା ପାଣି, ତା’ପରେ…

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ବୈତରଣୀ ନଦୀ ଲିଙ୍ଗେଶ୍ୱର ଘାଟରେ ୫ଟି ହାଇଓ୍ୱା ଗାଡ଼ି ବୁଡ଼ି ଯାଇଛି।

ଆଜି ଭୋର ସମୟରେ ନଦୀରୁ ବାଲି ଉଠାଇବା ଲାଗି ଗାଡ଼ି‌ ଗୁଡ଼ିକ ଘାଟ ଭିତରେ ପଶିଥିଲା। ହଠାତ୍‌ ଚେକ୍‌ପୋଷ୍ଟରୁ ପାଣି ଛଡ଼ାଯିବା ଫଳରେ ଗାଡ଼ି‌ ଗୁଡ଼ିକ ବୁଡ଼ି ଯାଇଥିଲା। ଏହାସହ ବାଲି ଲୋଡିଂ କରୁଥିବା ମେସିନ୍‌ ଗୁଡ଼ିକ‌ ମଧ୍ୟ ବୁଡ଼ି ଯାଇଛି।

ଗାଡ଼ି ଗୁଡ଼ିକର ଡ୍ରାଇଭର ଓ କର୍ମଚାରୀ ଦୌଡ଼ି ପଳାଇ ଆସିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯାଜପୁର ଓ ଭଦ୍ରକ ସୀମାରେ ଥିବା ଏହିସବୁ ବାଲିଘାଟ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହାସତ୍ତ୍ୱେ ଗାଡ଼ି ଗୁଡ଼ିକ କାହାଠୁ ଅନୁମତି ନେଇ ବାଲି ଉଠାଉଥିଲେ, ସେନେଇ ପ୍ରଶ୍ନ ଉଠିଛି।

You might also like