୫ ରାଜ୍ୟର ଏକ୍‌ଜିଟ୍ ପୋଲ୍ ସର୍ଭେ ରିପୋର୍ଟକୁ ନେଇ ଓଡ଼ିଶାରେ ଅଙ୍କକଷା

ଭୁବନେଶ୍ୱର : ରାଜସ୍ଥାନରେ ବିଜେପିକୁ ମାତ୍ ଦେବ କଂଗ୍ରେସ। ମଧ୍ୟପ୍ରଦେଶ ଓ ଛତିଶଗଡରେ ପଦ୍ମ ଓ ହାତ ଭିତରେ କାଣ୍ଟେ କି ଟକ୍କର। ଦୁଇ ରାଜ୍ୟରେ ଶାସନରେ ଥିବା ବିଜେପିର ଆସନ କମିବ, ଏମିତିକି ହାତରୁ ଖସି ବି ଯାଇପାରେ କ୍ଷମତା।

ବିଭିନ୍ନ ଜାତୀୟ ଚ୍ୟାନେଲ ଦ୍ୱାରା କରାଯାଇଥିବା ଏକ୍‌ଜିଟ୍ ପୋଲ ସର୍ଭେରେ ଏଭଳି ଆକଳନ ପରେ ଓଡ଼ିଶାରେ ଏହାର ଇଂପାକ୍ଟକୁ ନେଇ ଚର୍ଚ୍ଚା। ଖାସ୍ କରି ରାଜ୍ୟ କଂଗ୍ରେସ ସର୍ଭେ ରିପୋର୍ଟକୁ ନେଇ ଉତ୍ସାହିତ ହୋଇପଡିଛି। ୧୪ ନିର୍ବାଚନର ବିପର୍ଯ୍ୟୟ ୧୯ ସେମିଫାଇନାଲ୍ ପୂର୍ବରୁ ନୂଆ ସମ୍ଭାବନା ଆଶାରେ କଂଗ୍ରେସ ନେତା। ସେମାନଙ୍କ ମତରେ ୧୯ ନିର୍ବାଚନରେ ଏହା ଦଳକୁ ବଳ ଦେବ ଓ ଓଡିଶାର ମଧ୍ୟ ଏହାର ସୁଦୂର ପ୍ରସାରୀ ପ୍ରଭାବ ପଡିବ।

ଏପଟେ ବିଜେପି କିନ୍ତୁ ଏକଜିଟ୍‌ ପୋଲର ଆକଳନ ସତ ହେବ ବୋଲି ବିଶ୍ୱାସ କରୁନି। ଦଳର ମତ ସମସ୍ତ ତିନି ପ୍ରମୁଖ ରାଜ୍ୟରେ ଦଳ ହାତରୁ କ୍ଷମତା ଯିବନାହିଁ। ତେବେ ଓଡିଶାରେ ସରକାରୀ ବିରୋଧୀ ହାଓ୍ୱା ବହି ୧୯ ନିର୍ବାଚନ ପଟ୍ଟ ପରିବର୍ତ୍ତନ ହେବ ବୋଲି ଆକଳନ କରୁଛନ୍ତି ବିଜେପି ନେତା।

ଅନ୍ୟପକ୍ଷରେ ବିଜ଼େଡି କହିଛି ଲୋକେ ୧୯ ଫିଲ୍ନର ଟ୍ରେଲର ମୟୁରଭଞ୍ଜର ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାନରେ ଦେଖାଇଛନ୍ତି। ବିଜେପି ବିରୋଧୀ ହାଓ୍ୱା ଓଡିଶାରେ ବହିବ ଓ ନବୀନ ଅପ୍ରତିଦ୍ୱନ୍ଦ୍ୱୀ ହୋଇ ରହିବେ ବୋଲି ଦଳୀୟ ନେତା ଯୁକ୍ତି ବାଢିଛନ୍ତି।

୧୧ ତାରିଖରେ ଆସିବ ଏ  ୫ ରାଜ୍ୟର ଫଳାଫଳ। ଯଦି ଆକଳନ ସତ ହୁଏ ତେବେ ଘାଟାରେ ପଡିବ ବିଜେପି। ଯଦି ତିନୋଟି ପ୍ରମୁଖ ରାଜ୍ୟରେ ହାତରୁ କ୍ଷମତା ଯାଏ ତେବେ ୧୯ ନିର୍ବାଚନ ଉପରେ ଏହାର କଣ ରହିବ ପ୍ରଭାବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।

 

You might also like