ବିପଦ ସଂକେତ ଉପରେ ରାଜ୍ୟର ୫ ନଦୀ

ଭୁବନେଶ୍ୱର: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ୫ ନଦୀ। ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ଜଳକା ବିପଦ ଉପରେ ରହିଛି। ବୈତରଣୀ ଉଭୟ ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଂକେତ ଉପରେ ରହିଛି। ଆନନ୍ଦପୁରରେ ବିପଦ ସଂକେତ ୩୮.୩୬, ଦିନ ୧୨ଟାରେ ୪୦.୦୯ ଫୁଟ ରହିଥିବା ବେଳେ ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମି, ଦିନ ୪ଟାରେ ୧୯.୯୦ ମି ରହିଛି।

ବୁଢ଼ାବଳଙ୍ଗ NH5 ଠାରେ ବିପଦ ସଂକେତ ୮.୧୩, ଦିନ ୧୨ଟାରେ ୮.୪୦, ସୁବର୍ଣ୍ଣରେଖା ଜାମଶୋଳାଘାଟରେ ବିପଦ ସଂକେତ ୪୯.୧୫, ଏବେ ୫୦.୮୬ରେ ରହିଛି।

ମଥାନି ଠାରେ ଜଳକା ନଦୀ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମଥାନି ଠାରେ ବିପଦ ସଂକେତ ୫.୫୦; ଦିନ ୧୨ଟାରେ ୬.୯୮ ଫୁଟ ରହିଛି। ଯାଜପୁର ଜେନାପୁରରେ ବିପଦ ସଙ୍କେତ ଉପରେ ବ୍ରାହ୍ମଣୀ ନଦୀ ରହିଛି। ଜେନାପୁରରେ ବିପଦ ସଙ୍କେତ ୬୭ ଫୁଟ; ଏବେ ଜଳସ୍ତର ୬୭.୧୦ ଫୁଟ୍ ରହିଛି।

ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏବେ ବଢ଼ିଛି ହୀରାକୁଦର ଜଳସ୍ତର। ଏବେ ହୀରାକୁଦରେ ଯେତିକି ପାଣି ନିଷ୍କାସିତ ହେଉଛି ତାଠୁ ଦୁଇ ଗୁଣ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳ ଭଣ୍ଡାରରେ ପ୍ରବେଶ କରୁଛି ୫ ଲକ୍ଷ ୨୪ ହଜାର ୨୮୧ ଘନଫୁଟ୍। ତେବେ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି ୨ ଲକ୍ଷ ୪୮ ହଜାର ୧୧୯ ଘନଫୁଟ୍। ଏବେ ହୀରାକୁଦରେ ମୋଟ୍ ୧୬ଟି ଗେଟ୍ ଖୋଲାଯାଇଛି।

ଏବେ ମୋଟ ୧୬ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ଏବେ ହୀରାକୁଦ ଡ୍ୟାମର ଜଳସ୍ତର ରହିଛି ୬୨୧.୫୬ ଫୁଟ। ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେଉଥିବାରୁ ଜଳସ୍ତର ବଢ଼ିବା ଆଶଙ୍କା ରହିଛି।ହୀରାକୁଦ ତଳ ମୁଣ୍ଡରେ ବି ପ୍ରବଳ ମାତ୍ରାରେ ଜଳ ପ୍ରବାହ ଜାରି ରହିଛି। ବରମୂଳରେ ୬.୮୩ ଲକ୍ଷ, ମୁଣ୍ଡଳିରେ ୭.୬୦ ଲକ୍ଷ କ୍ୟୁସେକ ପ୍ରବାହିତ ହୋଇଛି। ହୀରାକୁଦ ପାଣି ତଳ ମୁଣ୍ଡରେ ମିଶିଲେ, ମହାନଦୀ ଫୁଲିବା ଆଶଙ୍କା ହୋଇଛି।

You might also like