ସିଲ୍ ହେଲା ୫ ଘରୋଇ ନର୍ସିଂହୋମ୍

ଢେଙ୍କାନାଳ: ଢେଙ୍କାନାଳ ସହରର ୫ଟି ଘରୋଇ ନର୍ସିଂହୋମ ସିଲ୍। ଜଣେ ପ୍ରସୂତି ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଲେ ଜିଲ୍ଲାପାଳ। ଏହାସହ ୬ ଜଣ ଡାକ୍ତରଙ୍କ ସମେତ ୬୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ହୋମ୍‌ କ୍ୱାରେଣ୍ଟିନ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଜଣେ ପ୍ରସୂତି ଢେଙ୍କାନାଳର ଏକ ଘରୋଇ ନର୍ସିଂହୋମରେ ଆଡମିଶନ ହୋଇଥିଲେ। ଡେଲିଭରି ପରେ ଅଧତ୍କ ଅସୁସ୍ଥ ହେବାରୁ କଟକ ସ୍ଥାନାନ୍ତର ହୋଇଥିଲେ। ଗାଇଡଲାଇନ୍ ଅନୁସାରେ କଟକରେ ତାଙ୍କର ସ୍ୱାବ୍ ଟେଷ୍ଟ ନିଆଯାଇଥିଲା। ପରେ ପ୍ରସୂତି କରୋନାରେ ଆକ୍ରାନ୍ତ ଜଣାପଡ଼ିଥିଲା।

ପ୍ରସୂତୀଙ୍କୁ ଚିକିତ୍ସା କରିଥିବା ଡାକ୍ତର ଅନ୍ୟ ୪ଟି ନର୍ସିଂହୋମକୁ ମଧ୍ୟ ଯାଇଥିଲେ। ସେଥିପାଇଁ ୫ଟି ନର୍ସିଂହୋମର ୬ ଜଣ ଡାକ୍ତରଙ୍କୁ ହୋମ କ୍ୱାରେଣ୍ଟିନ ନିର୍ଦ୍ଦେଶ ଦିଆଯାଇଛି। ୬୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟିନ ନିର୍ଦ୍ଦେଶ ଦିଆଯାଇଛି।

ଢେଙ୍କାନାଳ ଜିଲ୍ଲାରେ ୧୨୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେବି ୩୨ ଆକ୍ଟିଭ କେଶ ରହିଛି।

ରାଜ୍ୟରେ ବିଭିନ୍ନ ଘରୋଇ ହସ୍ପିଟାଲ ଓ କ୍ଲିନିକ୍‌କୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ଚେତାବନୀ ଦେଇଥିଲେ। କୋଭିଡ୍ ଗାଇଡଲାଇନ ନିୟମ ମାନି ରୋଗୀଙ୍କ ଚିକିତ୍ସା କରିବାକୁ କହିଥିଲେ।

You might also like