କୁଲଡିହା ସଂରକ୍ଷିତ ଜଙ୍ଗଲରୁ ୫ ଶିକାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ସଂରକ୍ଷିତ ଜଙ୍ଗଲରୁ ୫ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।  ସେମାନଙ୍କ ନିକଟରୁ ବନ ବିଭାଗ ୧୦ କେଜିରୁ ଅଧିକ ହରିଣ ମାଂସ ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି।

କୁଲଡିହା ଅଭୟାରଣ୍ୟର ସିନ୍ଦୁରଗୌରି ଅଞ୍ଚଳରେ ୨ ଶିକାରୀଙ୍କ ନିକଟରୁ ହରିଣ ମାଂସ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ତେଣ୍ଡା ଅଞ୍ଚଳରୁ ୨ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ସେହିପରି ବାଲିଆନାଳ ବିଟ୍ ଅଞ୍ଚଳରୁ ଗୋଟିଏ ଶିକାରୀଙ୍କୁ ବନ ବିଭାଗର ଟିମ୍‌ ଗିରଫ କରିଛି।

ଏସିଏଫ୍ଓଙ୍କ ନେତୃତ୍ୱରେ ଏକ ୨୫ ଜଣିଆ ଟିମ୍ କୁଲଡିହା ସଂରକ୍ଷିତ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଏହି ଶିକାରୀଙ୍କୁ ଗିରଫ କରିଛି।

You might also like