ହାତୀ ନେଲା ୫ ଜୀବନ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଷଣ୍ଡ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ଥପଡ଼ା ଗାଁରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।

ମୃତକ ହେଲେ ଷଣ୍ଡ ଗାଁର ୨୫ ବର୍ଷୀୟ କାଳିଆ ସଅର, ତାଙ୍କ ୨ ବର୍ଷର ଝିଅ ଅନୀତା ସଅର ଓ ୧୨ ବର୍ଷୀୟା ଭଉଣୀ ସାରଥି ସଅର। ଏମାନେ ସମସ୍ତେ ଘର ବାରଣ୍ଡାରେ ଶୋଇଥିବା ବେଳେ ହାତୀ ଏମାନଙ୍କୁ ଦଳି ଦେଇଥିଲା। ଏମାନଙ୍କ ଘର ପାଲଲହଡ଼ା ଗୋବିନ୍ଦପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ପାଖ ଘରର ଅନ୍ୟ ଜଣେ ମହିଳା ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ନାଁ ସୁନୀତା। ତାଙ୍କର ବୟସ ୩୫ ବର୍ଷ ହେବବୋଲି ଜଣାପଡ଼ିଛି।

ସେହିପରି ସନ୍ଥପଡ଼ା ଗାଁରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଭ୍ରମରବର ସାମଲ। ଭ୍ରମରବରଙ୍କ ବୟସ ୭୦ ବର୍ଷ ହେବବୋଲି ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇବା ସହ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଥିଲା। ତେବେ ବନବିଭାଗ ଓ ତାଳଚେର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

You might also like