ଚା’ ପତି ଭାବି ବଗମରା ଔଷଧକୁ ପିଇଦେଲେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦୁର୍ଗାପୁର ନୂଆହାଟ ଅଞ୍ଚଳର ଗୋଟିଏ ପରିବାରର ୫ ଜଣ ବଗମରା ବିଷ ଖାଇ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଦୁର୍ଗାପୁର ନୂଆହାଟ ଅଞ୍ଚଳର ବନମାଳି ସିଂ, ସବିନ ସିଂ, ପେଟୁ ସିଂ ଓ ଦୁଇ ଶିଶୁ ରମା ସିଂ ଏବଂ ଟୁବୁ ସିଂ ଭୁଲରେ ବଗମରା ବିଷକୁ ଚାହା ପତି ଭାବି ଚାହା କରି ପିଇ ଦେଇଥିଲେ।

ଫଳରେ ଗୁରୁତର ହେବାରୁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ୧୦୮ ଆମ୍ବୁଲାନ୍ସର କର୍ମଚାରି ସେମାନଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

You might also like