ରେଡ୍‌ ଜୋନ୍‌ର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ସମସ୍ତେ ରେଡ୍‌ ଜୋନ୍‌ରୁ ଚିହ୍ନଟ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ୱରର ୪ଜଣ ଓ ଯାଜପୁରର ଜଣେ ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି। ରାଜ୍ୟରେ ଏବେବି ୨୧୯ ଆକ୍ଟିଭ କେଶ ରହିଛନ୍ତି । ଏମାନେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆଜି ଦିନକରେ ଏପର୍ଯ୍ୟନ୍ତ ରାଜ୍ୟରେ ୧୮ଟି ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮ ଥିବାବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ

You might also like