• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ଆଉ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ। ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି । ଏନେଇ ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ୪ ଭୁବନେଶ୍ୱର ବମିଖାଲ ଅଞ୍ଚଳର। ଏହାକୁ ମିଶାଇ  ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଲା। ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି ।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଉ ୫ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଣେ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲାବେଳେ ଅନ୍ୟ ସମସ୍ତ ୪ଜଣ ଭୁବନେଶ୍ୱରର। ଏହି ୪ ଜଣଙ୍କ ମଧ୍ୟରୁ ଜଣେ ଝାରପଡ଼ା ଅଞ୍ଚଳର ହୋଇଥିବାବେଳେ ଅନ୍ୟ ୩ଜଣ ବମିଖାଲ ଅଞ୍ଚଳର। ୪୨ ନମ୍ବର ପଜେଟିଭ୍ ରୋଗୀ (ପ୍ରଥମ କରୋନା ମୃତ୍ୟୁ)ଙ୍କ ସଂସ୍ପର୍ଶରେ ଆସିଥିବା ଯୋଗୁ ଝାରପଡ଼ା ଅଞ୍ଚଳର ଜଣେ ୫୦ବର୍ଷୀୟ ପୁରୁଷ ସଂକ୍ରମିତ ହୋଇଛନ୍ତି।


ସେହିପରି ଅନ୍ୟ ୩ଜଣଙ୍କ ଘର ବମିଖାଲ ଅଞ୍ଚଳରେ। ସେମାନଙ୍କ ମଧ୍ୟରେ ଜଣେ ୫୧ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇଜଣ ୭୦ବର୍ଷ ଓ ୫୧ବର୍ଷର ପୁରୁଷ। ଗତ ୨୪ଘଣ୍ଟା ମଧ୍ୟରେ ମୋଟ ୫୬୪ଟି ନମୂନା ପରୀକ୍ଷା ହୋଇଛି। ଆଜି ଆଉ ୭୦୦-୮୦୦ ନମୂନା ପରୀକ୍ଷା ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଯାଜପୁରରେ ଚିହ୍ନଟ ହୋଇଥିବା ୫୬ନମ୍ବର ପଜିଟିଭ ରୋଗୀଙ୍କ ସମ୍ପର୍କରେ ଜିଲ୍ଲାପାଳ ରଞ୍ଜନ ଦାସ ସୂଚନା ଦେଇଥିଲେ। ସେ କହିଥିଲେ ଯେ କୋଲକାତାରୁ ମାଛ ଗାଡ଼ିରେ ସମ୍ପୃକ୍ତ ରୋଗୀ ମାର୍ଚ୍ଚ ୨୮ତାରିଖରେ ଆସିଥିଲେ। ତେବେ କେଉଁ ଗାଡ଼ିରେ ଆସିଥିଲେ, ତା’ର ନମ୍ବର ସେ କହିପାରୁନାହାନ୍ତି। ଏହି ପଜେଟିଭ୍ ରୋଗୀ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁରର ସାନତ୍ରିଲୋଚନପୁର ଓ ସହିପୁର-୩ ଭଳି ୨ଟି ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

5-more-positive-identified-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories