ଓଡ଼ିଶାରେ କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି।

ମୃତକ ୫ ଜଣକ ମଧ୍ୟରେ ଅଛନ୍ତି ବାଲେଶ୍ୱର, ପୁରୀ, ଗଞ୍ଜାମ, ଫୁଲବାଣୀ ଓ ମାଲକାନଗିରିରୁ ଜଣେ ଲେଖାଏ। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

ବାଲେଶ୍ୱରରେ ମୃତ୍ୟୁ ବରଣ କରିଛନ୍ତି ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତି। ସେ ଡାଇବେଟିସ୍‌ ଆକ୍ରାନ୍ତ ଥିଲେ। ସେହିପରି ପୁରୀରୁ ଜଣେ ୫୫ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ଘଟିଛି।

ଗଞ୍ଜାମରେ ଜଣେ ୬୦ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି ଓ ସେ ମଧ୍ୟ ପୂର୍ବରୁ ଡାଇବେଟିସ ଆକ୍ରାନ୍ତ ଥିଲେ। ଫୁଲବାଣୀରୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ୫୦ ବର୍ଷର ଏବଂ ସେ ପୂର୍ବରୁ ଜଣ୍ଡିସ ଆକ୍ରାନ୍ତ ଥିଲେ। ସେହିପରି ମାଲକାନଗିରିର ମୃତକ ଜଣେ ମହିଳା ଓ ତାଙ୍କ ବୟସ ୬୦।

ଅନ୍ୟପକ୍ଷରେ, ଓଡ଼ିଶାରେ ୧,୦୬୮ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

You might also like