କେନ୍ଦ୍ରାପଡ଼ାରେ ଚିହ୍ନଟ ୫ ନୂଆ ଆକ୍ରାନ୍ତ ସୁରତ ଫେରନ୍ତା

କେନ୍ଦ୍ରାପଡ଼ା: ରାଜ୍ୟରେ ଆଉ ୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୯ ଜଣ, କେନ୍ଦ୍ରାପଡ଼ାରୁ ୫ ଓ ଭଦ୍ରକ ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମରେ ଚିହ୍ନଟ ୧୯ ଜଣଙ୍କ ମଧ୍ୟରୁ ଜଣେ କେରଳରୁ ଫେରିଥିବାବେଳେ ଅନ୍ୟ ୧୮ ଜଣ ସୁରତରୁ ଫେରିଥିଲେ।

କେନ୍ଦ୍ରାପଡ଼ାରେ ଚିହ୍ନଟ ୫ ନୂଆ ଆକ୍ରାନ୍ତ ସୁରତ ଫେରନ୍ତା। ସେମାନେ ସମସ୍ତେ ପଟ୍ଟାମୁଣ୍ଡାଇ ଅଞ୍ଚଳର।ଗତ ୩ ତାରିଖରେ ମୋଟ୍ ୫୮ ଜଣ ବସ୍‌ରେ ସୁରତରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ।

ସେମାନଙ୍କ ମଧ୍ୟରୁ ୫ଜଣ ପଜିଟିଭ୍‌ ଚିହ୍ନଟ ହେବାପରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଯାଇଛି।କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛନ୍ତି।

କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ଚିକିତ୍ସାଧୀନ ଥିବାବେଳେ୨ ଜଣ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧ ଜଣ ଚିକିତ୍ସାଧୀନ ଥିବାବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ୨ଜଣଙ୍କ ମୃତ୍ୟୁ ଘଟିଛି।

You might also like