ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୫ ପଜିଟିଭ। ଭୁବନେଶ୍ୱରରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସୂଚନା ଦେଇଛି। ଆକ୍ରାନ୍ତ ୫ ଜଣଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ଆଉ ଜଣେ ଆକ୍ରାନ୍ତ ଗଜପତି ନଗରର। ସେ ଲୋକାଲ କେସ୍‌ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୮୬ ଆକ୍ରାନ୍ତ ବାହାରିଲେଣି। ଏହା ମଧ୍ୟରେ ଆକ୍ଟିଭ କେସ୍ ରହିଛି ୩୨।


ହେଲେ ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣକୁ ନେଇ ସବୁଠୁ ଅଧିକ ଚିନ୍ତା। କାରଣ କାଲି ଗୋଟିଏ ଦିନରେ ଏଠାରୁ ୧୩ ଜଣ ଚିହ୍ନଟ ହୋଇଥିଲା ବେଳେ ସେଭିତରୁ ସ୍ଥାନୀୟ ସଂକ୍ରମିତ ଥିଲେ ୬।

ଆଉ ସବୁଠୁ ବଡ଼ ଚିନ୍ତା ରାଜ୍ୟର ସବୁଠୁ ବଡ଼ ବସ୍ତି ସାଲିଆସାହିକୁ ନେଇ। ମୁମ୍ବାଇର ଧରାବୀ ଭଳି ଜନସଂଖ୍ୟାରେ ଅଧିକ ଘନତ୍ୱ ଥିବା ଏଇ ବସ୍ତିରେ ପ୍ରସବକାଳୀନ ରକ୍ତ ନମୁନା ପରୀକ୍ଷଣରୁ ଜଣେ ମହିଳାଙ୍କ ଠାରେ କରୋନା ପଜିଟିଭ୍ ମିଳିଛି।

ବିଏମସିର ସୂଚନା ଅନୁଯାୟୀ, ମାସକ ତଳେ ସ୍ୱାମୀଙ୍କ ସହ ସଂପୃକ୍ତ ମହିଳା ଗୁଜରାଟରୁ ଆସି ହୋମ୍ କ୍ୱାରେଣ୍ଟିନରେ ଥିଲେ। ସେତେବେଳେ ରିପୋର୍ଟ ନେଗେଟିଭ୍ ଥିଲା କିନ୍ତୁ ମାସକ ପରେ ପଜିଟିଭ୍ ଆସିଲା।

ତେବେ କିଛି ଗଣମାଧ୍ୟମର ତଥ୍ୟ ଅନୁଯାୟୀ ସଂପୃକ୍ତ ମହିଳାଙ୍କ ପରିବାର ଲୋକେ ଘର ନିକଟରେ ହାଣ୍ଡିଆ ଜାତୀୟ ପାନୀୟ ବିକୁଥିବାରୁ ବସ୍ତିବାସିନ୍ଦାଙ୍କ ମନରେ ଭୟ ଖେଳିଯାଇଛି।

ବିଏମସିର କହିବା କଥା ଘଟଣା ପରଠୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଆଖାପାଖରେ ୩୫ ପରିବାରକୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷଣବିହୀନ ମାମଲା ଥିବାରୁ ଗୋଷ୍ଠୀ ସଂକ୍ରମଣ ନେଇ ଭୟଭୀତ ହେବାର କାରଣ ନାହିଁ।

ସେହିପରି ରାଜ୍ୟରେ ଆଉ ୧୭୩ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୧୪ଟି ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଖୋର୍ଦ୍ଧାରୁ ୯ଜଣ ଓ ଗଞ୍ଜାମରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୨୩ ରହିଛି।

ସେହିପରି ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧୭୧୬କୁ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like