ଆଉ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ ଓ ୩ ମହିଳା ଅଛନ୍ତି। ନିକଟରେ ସମସ୍ତେ ମହାରାଷ୍ଟ୍ରରୁ ଫେରଥିଲେ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ସୂଚନା ଦେଇଛନ୍ତି। ଏହାସହ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ୨୩ ଜଣ ସୁସ୍ଥ ହୋଇଛନ୍ତି। ଏବେବି ୧୦ଟି ଆକ୍ଟିଭ କେଶ ରହିଛି।

ରାଜ୍ୟରେ ନୂଆ ୮୭ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିଲେ। ନୂଆ ୮୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪୬ଜଣ, କଟକରୁ ୧୧ଜଣ, ନୟାଗଡ଼ରୁ ୬ଜଣ, ଗଞ୍ଜାମରୁ ୫ଜଣ, ବାଲେଶ୍ୱରରୁ ୩ଜଣ, ଭଦ୍ରକରୁ ୩ଜଣ, କେନ୍ଦୁଝରରୁ ୩ଜଣ, ଖୋର୍ଦ୍ଧାରୁ ୩ଜଣ, ପୁରୀରୁ ୩ଜଣ, ବଲାଙ୍ଗିରରୁ ୨ଜଣ ଏବଂ ସୁନ୍ଦରଗଡ଼ର ଓ ଝାରସୁଗୁଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ୪୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଅନୁଗୁଳରୁ ୧୫ଜଣ, ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ ଜଣ ଲେଖାଏଁ, ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧରୁ ଜଣେ ଲେଖାଏଁ ଅଛନ୍ତି। 

ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୫କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୭୪୬ ଜଣ ଚିକିତ୍ସାଧୀନ ଥିବାବେଳେ ୪୩୬ ଜଣ ସୁସ୍ଥ ହୋଇଛନ୍ତି। ତେବେ ୭ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

You might also like