ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ, ଜଟିଳ ହେଉଛି ଗଞ୍ଜାମର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏମାନେ ସମସ୍ତେ ଗଂଜାମ ଜିଲ୍ଲାର। ସମସ୍ତ ଆକ୍ରାନ୍ତ ପୁରୁଷ ଓ ବୟସ  ୧୬ ବର୍ଷରୁ ୪୫ ବର୍ଷ ବୟସର। ଏମାନେ ସମସ୍ତେ ସୁରତରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରିଛି।  ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଜଣ ଚିହ୍ନଟ ହେଲେଣି। ତେବେ ସବୁଠାରୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ଏହି ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି ଯାହା ରାଜ୍ୟରେ ସର୍ବାଧିକ।


ତେବେ ଆଜି ପ୍ରଥମ ଥର ପାଇଁ ନୟାଗଡ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କରୋନା ସଂକ୍ରମିତ ଜିଲ୍ଲାରେ ସାମିଲ ହୋଇଛି କରୋନା। ଆକ୍ରାନ୍ତ ଜଣକ ୪୦ ବର୍ଷ ବୟସର ଯୁବକ। ସେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟିନ୍‌ରେ ରହିଥିଲେ। ଏହାସହ ୧୯ଟି ଜିଲ୍ଲାରେ କରୋନା ବ୍ୟାପିଛି। ସକାଳେ ୧୭ ଜଣ, ଅପରାହ୍ଣରେ ୬ଜଣ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କୁ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି। ୬୮ ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ରାଜ୍ୟରେ ୨୨୪ ଆକ୍ଟିଭ କେଶ ରହିଛନ୍ତି। ଏମାନେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

 

You might also like