ପୋଡ଼ି ହୋଇ ପରିବାରର ୫ ଗୁରୁତର
କେନ୍ଦ୍ରାପଡ଼ା: ପୋଡ଼ି ହୋଇ ଗୋଟିଏ ପରିବାରର ୨୦ ଦିନର ଶିଶୁ ସମେତ ୫ ଜଣ ଗୁରୁତର ହୋଇପଡ଼ିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗିରଙ୍ଗ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଗିରଙ୍ଗ ଗାଁର ଏକ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇ ଦେଇଥିଲେ। ଫଳରେ ପରିବାରର ୨୦ ଦିନର ଶିଶୁ ସମେତ ୫ ଜଣ ଗୁରୁତର ହୋଇପଡ଼ିଛନ୍ତି।
ପରିବାର ସଦସ୍ୟଙ୍କ ଚିକତ୍ସାର ଶୁଣି ଗ୍ରାମବାସୀମାନେ ଘରର ସ୍କାଏ ଲାଇଟ୍ ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଘରର ବାହାର ପଟୁ ତାଲା ପକାଇ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।