ଭୁବନେଶ୍ୱର: ରାଜଧାନୀରେ ଜଣେ ଓଏଏସ ଅଧିକାରୀଙ୍କ ଘରେ କାମ କରୁଥିବା ଆଦିବାସୀ ନାବାଳିକା ଅନ୍ତଃସତ୍ତ୍ୱା ହେବା ଅଭିଯୋଗରେ ପୋଲିସର ତନାଘନା ଆରମ୍ଭ କରିଛି। ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ବୟାନ ରେକର୍ଡ କରିଛି ପୋଲିସ। ପୀଡିତା ଜଣଙ୍କ ପ୍ରଶାସନିକ ଅଧିକାରୀଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିଲେ। ତେବେ ସଂପୃକ୍ତ ଅଧିକାରୀଙ୍କ ଶ୍ୱଶୁରଙ୍କ ଦ୍ୱାରା ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିବା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ଦଶହରା ବେଳେ ସେ ନିଜ ଘରକୁ ଯାଇଥିବା ବେଳେ ପରିବାର ଲୋକ ଘଟଣା ସଂପର୍କରେ ଜାଣି ଥାନାରେ ଏତଲା ଦେଇଥିଲେ। ତେବେ ଏନେଇ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Other Stories