ବେଆଇନ୍ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ
ଝାରସୁଗୁଡ଼ା(ଭାଗିରଥୀ ସାହୁ): ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ ହୋଇଥିଲା। ମଦ ମାଫିଆଙ୍କ ଆକ୍ରମଣରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଗ୍ରାମବାସୀ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କୁ ଚିକିତ୍ସା ଲାଗି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।
ଝାରସୁଗୁଡ଼ା(ଭାଗିରଥୀ ସାହୁ): ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ ହୋଇଥିଲା। ମଦ ମାଫିଆଙ୍କ ଆକ୍ରମଣରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଗ୍ରାମବାସୀ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କୁ ଚିକିତ୍ସା ଲାଗି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।