ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁରରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଯାଇଛି। ଗତକାଲି ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ହଳଦିଆପଦର ଅଞ୍ଚଳରୁ ପୁଲିସ ୫ଜଣ ଡକାୟତଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି, ୨ଟି ବୋମା, ୩ଟି ଖଣ୍ଡା ଓ ୨ଟି ବାଇକ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ମଧ୍ୟରେ ୩ଜଣ ଭାଇ ରହିଛନ୍ତି। ସେମାନେ ହେଲେ ଆଙ୍କୁଶପୁରର ପ୍ରଶାନ୍ତ କୁମାର ସାହୁ, ଶରତ ସାହୁ, ସୁଶାନ୍ତ ସାହୁ। ଅନ୍ୟମାନେ ବ୍ରହ୍ମପୁର ଫାଷ୍ଟଗେଟ ପାଣିଗ୍ରାହୀ ନଗରର ଭବାନୀ ଶଙ୍କର ପାଢ଼ୀ ଓ ଉତ୍କଳ ସିନେମା ହଲ୍ ଅଞ୍ଚଳର ସୁଜିତ କୁମାର ସାହୁ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

You might also like