କେନ୍ଦୁଝର : କେନ୍ଦୁଝର ଝୁମ୍ପୁରାରେ ବିଦ୍ୟୁତ ଅାଘାତରେ ୫ ଜଣ ଅାହତ । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଝୁମ୍ପୁରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଅାହତଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବାବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ଖେଣ୍ଡରା ପଞ୍ଚାୟତ ତିଳଉପଦା ଗାଁରେ ବିଦ୍ୟୁତ ଖୁଣ୍ଟରେ ତାର ଟଣା ଯାଉଥିବାବେଳେ ହଠାତ ବିଦ୍ୟୁତ ସଂଯୋଗ ହୋଇଯାଇଥିଲା। ବିଦ୍ୟୁତ ତାର ଟଣା କାମରେ ୧୦ ଜଣ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଅାହତ ହୋଇଛନ୍ତି । ତାର ଟାଣୁଥିବା ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି।
<span style="color: #808000;"><strong>ଏହାସହ ମଧ୍ୟ ପଢନ୍ତୁ : </strong></span><a href="https://khabar.odishatv.in/top-news/electric-wire-snaps-and-falls-in-nuapada/24301/"><span class="post-title">ଛିଣ୍ଡି ପଡ଼ିଲା ୧୧ କେଭିର ବିଦ୍ୟୁତ୍ ତାର</span></a>
Published By: Odishatv Bureau
Last updated: 02 September 2018, 11:33 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।