ଉତ୍ତପ୍ତ ଲୁହା ପଡ଼ି ୫ ଶ୍ରମିକ ଗୁରୁତର

ଯାଜପୁର: ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ମୈଥାନ ଇସ୍ପାତ କାରଖାନାରେ।

ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ, ଉମାନାଥ ଯାଦବ, ମାନସ ମଲ୍ଲିକ, ସୁନୀଲ ମାଝି ଏବଂ ଉମେଶ ରାୟ। ତେବେ ଜଣେ ଆହତଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

You might also like