ଅଜଣା ଗାଡ଼ିକୁ ଧକ୍କା ଦେଲା କାର୍‌; ଚାଲିଗଲା ୫ଜଣଙ୍କ ଜୀବନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡେରାବିଶ ଥାନା ଅନ୍ତର୍ଗତ ଅଳାବାଙ୍କ ଛକ ୫ ନମ୍ବର (କ) ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ିକୁ କାର୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ମୃତକମାନେ ହେଲେ ଗୁପ୍ତିରାଜନଗର ଅଞ୍ଚଳର ରାଜେଶ ଜେନା, ପଟ୍ଟାମୁଣ୍ଡାଇ ବେଲ୍‌ତଳ ଅଞ୍ଚଳର ଦେବାଶିଷ ସେଠୀ, ଗରାପୁରର ହରେକୃଷ୍ଣ ସାହୁ (ଡ୍ରାଇଭର) ଓ ଦୀପକ ଧଳନ୍ଧର। ତେବେ ଆଉ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ।

ଗୁରୁତର ଆହତ ହୋଇଥିବା ଅନୁଗୁଳର ସଂଗ୍ରାମ ମଲ୍ଲିକଙ୍କୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ଏମାନେ ସମସ୍ତେ କେନ୍ଦ୍ରାପଡ଼ା ରୟାଲ ଡ୍ୟାନ୍ସ୍‌ ଏକାଡେମୀର ସଦସ୍ୟ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ଏମାନେ ସମସ୍ତେ କେନ୍ଦ୍ରାପଡ଼ା ଟାଉନ୍‌ରେ ଏକ ଡ୍ୟାନ୍ସ ପ୍ରୋଗ୍ରାମ ସାରି ଯାଜପୁରର ପାଣିକୋଇଲି ଯାଇଥିଲେ। ସେଠାରୁ ଯାତ୍ରା ଦେଖି କାର୍‌ରେ ଫେରିବା ବେଳେ ଅଳାବାଙ୍କ ଛକରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା କୌଣସି ଏକ ଅଜଣା ଗାଡ଼ିକୁ ଏମାନଙ୍କ କାର୍‌ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଟ୍ରକ୍‌ କିମ୍ବା ହାଇୱା ପଛରେ ଏହା ଧକ୍କା ଦେଇଥିବା କୁହାଯାଉଛି। ତେବେ ଦୁର୍ଘଟଣା ପରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡ଼ିଟି ଫେରାର ହୋଇଯାଇଛି।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଆହୁରି ପଢ଼ନ୍ତୁ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

You might also like