ବ୍ରେକ୍ ଫେଲ୍ ହୋଇ ଗଛରେ ପିଟିହେଲା ବସ୍; ୫ ଆହତ

ଭୁବନେଶ୍ୱର: ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍। ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ କଳ୍ପନା ଛକ ନିକଟରେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ବସ୍‌ରେ ୫୦ ରୁ ୬୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ବ୍ରେକ୍ ଫେଲ୍ ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେବେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ  ଅଳ୍ପକେ ବର୍ତ୍ତି ଯାଇଛନ୍ତି।

You might also like