ବାହାଘର ପ୍ରୋସେସନ୍ କରି ଫସିଲେ ବର
ବ୍ରହ୍ମପୁର: ବାହାଘର ପ୍ରୋସେସନ୍ କରି ଫସିଲେ ବର। ବର ଏବଂ କନ୍ୟାପିତାଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।
ବିନା ଅନୁମତିରେ ଏବଂ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ କରି ଗତକାଲି ସନ୍ଧ୍ୟାରେ ଗୋପାଳପୁର ଗୋଳାବନ୍ଧ ଗାଁରୁ ଏକ ବିବାହ ଶୋଭାଯାତ୍ରା ବାହାରିଥିଲା। ଗୋଳାବନ୍ଧ ଗାଁରୁ ଓଡିଆରପି କଲୋନୀ ଯାଏ ଯାଇଥିବା ଏହି ପ୍ରୋସେସନ୍ରେ ଡିଜେ ବାଜିଥିଲା। ଆଉ ଡିଜେର ତାଳେ ତାଳେ ନାଚି ନାଚି ଗାଁ ବୁଲିଥିଲେ ବର।
ଖବରପାଇ ପୋଲିସ୍ ଗାଁରେ ପହଁଞ୍ଚି ଡିଜେ ମାଲିକ ଓ ଗାଡି ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଛି। ଖାଲି ସେତିକି ନୁହେଁ, ବର, ବରପିତା ଏବଂ କନ୍ୟାପିତାଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି।