ପଶ୍ଚିମବଙ୍ଗର ପାଞ୍ଚ ଶହ ପାରା ଜବତ

ବଲାଙ୍ଗିର: ବଲାଙ୍ଗିର ଆର୍‌ପିଏଫ୍‌ ଦ୍ୱାରା ଜବତ ହୋଇଛନ୍ତି ପଶ୍ଚିମବଂଗର ଶହ ଶହ ପାରା। ହାୱଡ଼ା-କୋରାପୁଟ ଏକ୍ସପ୍ରେସରେ ପଶ୍ଚିମବଂଗର ଉଲବେରିଆ ଅଞ୍ଚଳରୁ ପାଞ୍ଚ ଶହ ପାରାଙ୍କୁ ପାଞ୍ଚଟି ପେଟିରେ ପୂରାଇ ଟିଟିଲାଗଡ଼ ଚାଲାଣ କରାଯାଉଥିବା ଜଣାପଡ଼ିଛି।

ବେଆଇନ ଭାବେ ପାସେଞ୍ଜର ବଗିରେ ପାରା ଚାଲାଣ କରାଯାଉଥିବା ଖବର ପାଇ ଟିଟିଲାଗଡ଼ ଆରପିଏଫ୍ ପାରାମାନଙ୍କୁ ଜବତ କରିବା ସହିତ ଟିଟିଲାଗଡ଼ର ନନ୍ଦିକେଶର ଦୁର୍ଗା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି।

ଆର.ପି.ଏଫ୍ ଅଧିକାରୀମାନେ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପାଇଁ ସମ୍ବଲପୁର ଯାଇଥିବାରୁ ଅଧିକାରୀଙ୍କ ମତାମତ ମିଳିପାରିନାହିଁ। ଦଶହରାରେ ହେଉଥିବା ଭବାନୀପାଟଣାର ମାଣିକେଶ୍ୱରୀ ଯାତ୍ରାରେ ବହୁ ସଂଖ୍ୟାରେ ପାରା ଦରକାର ହୋଇଥାଏ। ତେଣୁ ସେଠାରେ ବିକ୍ରୀ କରିବା ପାଇଁ ପଶ୍ଚିମବଂଗରୁ ପାରା ମାନଙ୍କୁ ଟିଟିଲାଗଡ଼ ଆଣୁଥିବା ଅଟକ ନନ୍ଦିକେଶର କହୁଥିବା ବେଳେ, ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ।

ଆହୁରି ପଢ଼ନ୍ତୁ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

ଏଣିକି ଯୋଗାଣ ବିଭାଗର ୪ ବ୍ୟବସ୍ଥା ଅନଲାଇନ୍‌

You might also like