କରୋନାରୁ ସୁରକ୍ଷିତ ରହିବାକୁ ସରକାରଙ୍କ ୫ ଫର୍ମୁଲା

ଭୁବନେଶ୍ୱର: ଲୋକଙ୍କୁ ୫ଟି ଅପିଲ କଲେ ରାଜ୍ୟ ସରକାର। ଏହି ନିୟମ ମାନିଲେ କରୋନା ଦାଉରୁ ଆମେ ସୁରକ୍ଷିତ ରହିପାରିବା ବୋଲି କହିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି ଯେ ଓଡ଼ିଶା ହିଁ ଏକମାତ୍ର ଚାଜ୍ୟ ଯେଉଁଠି ଜଣେ କରୋନା ରୋଗୀର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ଏପରିକି ୪ଟି ମେଡିକାଲ ଫାର୍ମାକୁ ଟେଷ୍ଟିଂ ପାଇଁ ଅନୁମତି ଦିଆଯାଇଛି। ଏପରି କ୍ଷେତ୍ରରେ ଜନସାଧାନରଣଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର।

  •  ଲକ୍ଷଣ ଲୁଚାନ୍ତୁନି, ଟେଷ୍ଟିଂ ପାଇଁ ଆସନ୍ତୁ। ସବୁ ଲକ୍ଷଣଯୁକ୍ତ କେସ୍ ଧରିପାରିଲେ, ନିଶ୍ଚିତ ଭାବେ ନିୟନ୍ତ୍ରଣ ହେବ।
  • କରୋନା ଆରୋଗ୍ୟ ପ୍ଲାଜମା ଦାନ କରନ୍ତୁ। ପ୍ଲାଜମା ଦାନ କରିବାକୁ ଆସୁଥିବା ଲୋକଙ୍କ ଖର୍ଚ୍ଚ ବହନ ସରକାର ବହନ କରିବେ। କଟକରେ ରହଣୀ ବ୍ୟବସ୍ଥା ସହ ଯାବତୀୟ ଖର୍ଚ୍ଚ ବହନ କରାଯିବ। ପ୍ଲାଜମା ଦାନକାରୀଙ୍କୁ ସରକାରଙ୍କ ପ୍ରଶଂସା ପତ୍ର ମଧ୍ୟ ଦିଆଯିବ।
  • କମ୍ୟୁନିଟିମାନେ କୋଭିଡ କେୟାର ହୋମ୍ କରନ୍ତୁ। ଲକ୍ଷଣ ନଥିବା ରୋଗୀ ନିଜ ଘରେ ରହି ଚିକିତ୍ସିତ ହୋଇପାରିବେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ, ଘରେ ରହି ଚିକିତ୍ସିତ ହୋଇପାରିବେ। ଲକ୍ଷଣହୀନ ଘରେ ରହି ଚିକିତ୍ସା ହେଲେ ମେଡିକାଲରୁ ବୋଝ କମିବ।
  • ଠିକ ଢଙ୍ଗରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ମାନିବାକୁ କହିଲେ। ମାସ୍କ ପରିଧାନର ଶୈଳୀ ଶିଖିବା ଦରକାର। ଅନେକ ଲୋକ ମାସ୍କ ସଠିକ୍ ଭାବେ ପରିଧାନ କରୁନାହାନ୍ତି। ଏପରିକି ନାକକୁ ଘୋଡ଼ାଉ ନାହାନ୍ତି। ମାସ୍କ ପିନ୍ଧିବା ବେଳେ ସମ୍ପୂର୍ଣ୍ଣ ପାଟି ଓ ନାକ ଘୋଡ଼ାଇ ହୋଇ ରହିବା ଦରକାର।
  • ବାହାରେ ଛେପ ପକାନ୍ତୁନି ଏବଂ ହାତ ଧୋଇବାକୁ ଅପିଲ କଲେ।
You might also like