ଜଳ ପ୍ରଳୟ: ବନ୍ୟାରେ ୫ ମୃତ, ୪ ଲକ୍ଷ ଲୋକ ଜଳବନ୍ଦୀ

ଭୁବନେଶ୍ୱର: ବନ୍ୟାରେ ଭାସିଯାଇ ଓ କାନ୍ଥ ପଡ଼ି ୫ ଜଣଙ୍କ ମୃତ୍ୟୁ ଘଟିଛି କହିଲେ SRC। ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନେକ କଚ୍ଚା ଘର ଭାଙ୍ଗିଛି। ବହୁ ଚାଷ ଜମି ଜଳମଗ୍ନ ହୋଇଛି। ପାଣି ଛାଡ଼ିଲେ ଆକଳନ ହେବ, ବର୍ତ୍ତମାନ ସୁଦ୍ଧା ୧୪ଟି ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ମୁତୟନ ହୋଇଛି। ଆଉ ୫ଟି ଏନଡିଆରଏଫ୍ ଓ ୨ଟି ଓଡ୍ରାଫ୍ ଟିମ୍ ମଗାଯାଇଥିବା ସେ କହିଛନ୍ତି।

ରାଜ୍ୟରେ ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନାଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ, ମହାନଦୀରେ ବନ୍ୟା ସ୍ଥିତି ଉପୁଜିଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ଜଳ ସ୍ତର କମି ସୁଧାର ଆସୁଛି। ବୁଢ଼ାବଳଙ୍ଗ ଗୋବିନ୍ଦପୁର ଏନଏଚ୍-୫ରେ ବିପଦ ସଂକେତ ତଳକୁ ଖସିଛି। ସୁବର୍ଣ୍ଣରେଖା ଖସୁଛି, ମଧ୍ୟରାତ୍ରୀ ସୁଦ୍ଧା ବିପଦ ସଂକେତ ତଳକୁ ଖସିପାରେ ବୋଲି ସେ ଆକଳନ କରିଛନ୍ତି।

ସେହିପରି ବୈତରଣୀରେ ପାଣି କମିଛି ମାତ୍ର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ପାଇଁ ଭଣ୍ଡାରୀପୋଖରୀ ଓ ଧାମନଗରରେ ବନ୍ୟା ଆସିଛି। ଭଦ୍ରକ ଜିଲ୍ଲାର ୧୧୨ଟି ପଞ୍ଚାୟତର ୫୪୩ଟି ଗାଁ ପ୍ରଭାବିତ ହୋଇଛି। ଭଦ୍ରକ ଜିଲ୍ଲାରେ ୮୦ ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି।

ବ୍ରାହ୍ମଣୀରେ ବନ୍ୟା ଯୋଗୁ ବରୀ ଅଞ୍ଚଳରେ ୧୬ଟି ଘାଇ ସୃଷ୍ଟି ହୋଇଛି। ୧୨୪ଟି ପଞ୍ଚାୟତର ୫୩୦ ଗାଁ ପ୍ରଭାବିତ ହୋଇଛନ୍ତି। ୪ ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି। ୨୫ ହଜାର ଲୋକ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

You might also like