ନାଳକୁ ଖସି ପଡ଼ିଲା ବୋଲେରୋ; ୫ ମୃତ, ୨ ଗୁରୁତର

ପୁରୀ: ନାଳକୁ ଖସି ପଡ଼ିଲା ବୋଲେରୋ। ପୁରୀ ଜଗନ୍ନାଥ ସଡ଼କରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୁକଳ ନିକଟସ୍ଥ ଭାଇଲିପୁର ଠାରେ ବୋଲେରୋ ନାଳକୁ ଖସି ପଡ଼ିବାରୁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି।

ମୃତକମାନେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଜରଡ଼ା ଥାନା ଲାଲକମଙ୍ଗ ଗାଁର ବୋଲି ଜଣାପଡ଼ିଛି। ମୃତକମାନେ ହେଲେ କେ. କ୍ରିଷ୍ଣା(୫୦), ଜଗଦୀଶ୍‌(୪୦), କେ.ୟାମାବତୀ(୪୦)ଅବନାନ୍‌(୭) ଓ ୟାମାବତୀ(୫)। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଅଛନ୍ତି।

ସୂଚନା ଅନୁସାରେ, ଅସ୍ଥି ବିସର୍ଜନ ପାଇଁ ଦୁଇଟି ବୋଲେରୋରେ ଲାଲକମଙ୍ଗ ଗାଁର କିଛି ଲୋକ ପୁରୀ ଯାଉଥିବା ବେଳେ ଗୋଟିଏ ବୋଲେରୋ ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ପାଣିରୁ ଉଦ୍ଧାର କରିଥିଲେ।

You might also like