ଅନୁଗୁଳ(ବିରଜା ପ୍ରସାଦ ଦାଶ): କୋଇଲା ଉଦ୍ୟୋଗରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର ସରକାର କରିଥିବା ଘୋଷଣାକୁ ଭାରତୀୟ ମଜଦୁର ସଂଘ ବିରୋଧ କରିଛି। ଏହାଦ୍ୱାରା ବିଦେଶୀ କମ୍ପାନୀ ଲାଭବାନ ହେବା ସହ ଶ୍ରମିକ ଅବହେଳିତ ହେବେ ବୋଲି ସଂଘ କହିଛି।
ଏହାର ପ୍ରତିବାଦରେ ଭାରତୀୟ ମଜଦୁର ସଂଘ ଆଜିଠୁ ୫ ଦିନିଆ ଧର୍ମଘଟ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ସବୁ କୋଇଲା ଖଣି ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ଫଳରେ ଖଣି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ଏମ୍ସିଏଲ୍ର ସମସ୍ତ କୋଇଲା ଖଣିରେ ମଧ୍ୟ ଉତ୍ତୋଳନ ଓ ପରିବହନ କାର୍ଯ୍ୟ ଠପ୍ ହୋଇଯାଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ସମସ୍ତ ଶ୍ରମିକ ସଂଗଠନ ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି।