ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର ଆସ୍ୱସ୍ତିର ଖବର। ସୁସ୍ଥ ହେଲେ ଆଉ ୫ କରୋନା ରୋଗୀ। ଏମାନେ ହେଲେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡିର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରିଛି।

ଏହି ୫ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ୪ ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୯ ଜଣ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ୪୯ ଜଣ ରାଜ୍ୟରେ ବିଭିନ୍ନ କୋଭିଡ୍ ହସ୍‌ପିଟାଲ୍‌ରେ ଚିକିତ୍ସା ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି।

ତେବେ ପୂର୍ବରୁ ସକାଳେ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା।  ଯାହାକୁ ମିଶାଇ ଗତ ୨୬ ଘଣ୍ଟା ମଧ୍ୟରେ ୧୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଛନ୍ତି। ସମସ୍ତ କରୋନା ଚିହ୍ନଟକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଥିବା ବେଳେ ୧୯ ଜଣ ସୁସ୍ଥ ହୋଇଛନ୍ତି।

ସୂଚନା ଥାଉ କି, ଗତକାଲି ଗୋଟିଏ ଦିନରେ ୧୩ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୫ ଜଣ ଭଦ୍ରକର, ୨ ଜଣ ବାଲେଶ୍ୱରର, ୫ଜଣ ଯାଜପୁରର ଏବଂ ଜଣେ ସୁନ୍ଦରଗଡରୁ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ବାଲେଶ୍ୱରର ୨ ବର୍ଷର ଶିଶୁ କନ୍ୟା ଥିଲେ।

ଗତକାଲି ସୁଦ୍ଧା ୧୧, ୭୪୮ ନମୂନା ପରୀକ୍ଷା କରାଯାଇଥିଲା। ୪ ହଜାର ୮୬୧ ରାପିଡ ଆଣ୍ଟିବଡି ଟେଷ୍ଟ ହୋଇଛି।

ଆହୁରି ପଢ଼ନ୍ତୁ

ପ୍ରାଣୀ ଉଦ୍ୟାନ ଓ ଡିୟର୍ ପାର୍କ ଖୋଲିବାର ଗାଇଡ୍ ଲାଇନ ଜାରି କଲେ ରାଜ୍ୟ ସରକାର

ଅକ୍ଟୋବରରୁ ୫୦% କର୍ମଚାରୀରେ ଚାଲିବ ଅଫିସ

ଉପନିର୍ବାଚନ ପାଇଁ ସରକାରଙ୍କ ତତ୍ପରତା; ଭୋଟର୍‌ଙ୍କୁ ଟାଣିବାକୁ ପ୍ରତିଶ୍ରୁତି ପର୍ବ ଆରମ୍ଭ

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ; ତଦନ୍ତରେ ଶିଥିଳତାକୁ ନେଇ ଅସନ୍ତୋଷ ହାଇକୋର୍ଟ

ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଓଡ଼ିଶା ସଂକ୍ରାମକ ରୋଗ ସଂଶୋଧନ ବିଲ୍ ପାରିତ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

ଅନୁସୂଚିତ ଜାତିଙ୍କ ଜମି ହଡ଼ପ ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ ABVP ଛାତ୍ରଙ୍କ ବିକ୍ଷୋଭ

ଭୁବନେଶ୍ୱରର ଏହି ସ୍ଥାନରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ

କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କେତେ ହେବ ? ଶୁଣାଣି ୯କୁ ଘୁଞ୍ଚିଲା

ଲଘୁଚାପ ସମ୍ଭାବନା; ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା

You might also like