ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ମୁକାବିଲା ପାଇଁ ଖୋଲିଲା ଆଉ ୫ଟି କୋଭିଡ୍ ହସ୍ପିଟାଲ୍। ସୁନ୍ଦରଗଡ଼, ନବରଙ୍ଗପୁର, ପାରଦୀପ ସହ ରାଜ୍ୟରେ ୫ ହସ୍ପିଟାଲ ଉଦ୍ଘାଟିତ ହୋଇଛି।
ଏହି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଆଇଓସିଏଲ, ପାରାଦୀପ ପୋର୍ଟ, ଏମସିଏଲ, ଏନଟିପିସି, ନାଲକୋ ପ୍ରମୁଖ ସହଯୋଗ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ଏହି ସବୁ ହସ୍ପିଟାଲ୍ର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଭିଡିଓ କନଫରେନସିଂ ଜରିଆରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ୫-ଟି ସଚିବ ପାଣ୍ଡିଆନ୍, କୋଭିଡ୍ ମୁଖପାତ୍ର ସୁବ୍ରତ୍ ବାଗ୍ଚୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ମଧ୍ୟ ଉପସ୍ଥିତ ରହିଥିଲେ। କୋଭିଡ୍ ହସ୍ପିଟାଲ ଉଦ୍ଘାଟନ ଅବସରରେ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା।