ଭୁବନେଶ୍ୱରରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ୫ ନୂଆ ପଜିଟିଭ ଚିହ୍ନଟ। ୫ ପଜିଟିଭ ଚିହ୍ନଟ ହେବା ନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଲା ବିଏମ୍‌ସି। ଜଣେ ଆକ୍ରାନ୍ତ ସତ୍ୟନଗର ଅଞ୍ଚଳର ୩୬ ବର୍ଷର ପୁରୁଷ। ସେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ଅନ୍ୟ ଜଣେ ଆକ୍ରାନ୍ତ ଜୟଦେବ ବିହାର ନିରଙ୍କାରୀ ନଗରର ୨୨ ବର୍ଷର ଯୁବକ।ସେ ଆଇଟି କମ୍ପାନୀରେ କାମ କରନ୍ତି। ସେ ନିକଟରୁ ଦିଲ୍ଲୀରୁ ଫେରିଥିଲେ।


ସେହିପରି ପଟିଆ ଅଞ୍ଚଳରୁ ଜଣେ ୨୫ ବର୍ଷୀୟା ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଚିହ୍ନଟ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିଲେ। ଆଉ ଜଣେ ଆକ୍ରାନ୍ତ ଡୁମୁଡୁମା ହାଉସିଂ ବୋର୍ଡ କଲୋନୀର ୩୭ ବର୍ଷର ଯୁବକ। ଜଣେ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିଲେ।

ସେହିପରି ପଞ୍ଚମ ଚିହ୍ନଟ ବ୍ୟକ୍ତି ୨୫ ବର୍ଷର ମେଡିକାଲ ଅଧିକାରୀ। ଅଧତ୍କାରୀ ଜଣକ ଏମ୍ସ ହସ୍ପିଟାଲର ସୂଚନା ମିଳିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

କେବଳ ଭୁବନେଶ୍ୱରରେ ଏଯାଏ ୧୩୨ ଜଣ ସଂକ୍ରମିତ ହେଲେଣି। ସେମାନଙ୍କ ମଧ୍ୟରୁ ୭୪ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୫୪ ଆକ୍ଟିଭ କେଶ ରହିଛି, ୩ ଜଣଙ୍କ ମୃତ୍ୟୁ ହୋଇଛି।

ଆଜି ସକାଳେ ରାଜ୍ୟରେ ୧୦୮ ଜଣ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୯୫ ଜଣ  କ୍ୱାରେଣ୍ଟିନ କେନ୍ଦ୍ରର, ୧୩ଟି ଲୋକାଲ୍ କେସ୍। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି ପାଇଛି।

You might also like