ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ ସାଇଟ୍ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଲା। ୨୬ ଘଣ୍ଟା ମଧ୍ୟରେ ୧୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ସୂଚନା ଥାଉ କି, ଗତକାଲି ଗୋଟିଏ ଦିନରେ ୧୩ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରୁ ୫ ଜଣ ଭଦ୍ରକର, ୨ ଜଣ ବାଲେଶ୍ୱରର, ୫ଜଣ ଯାଜପୁରର ଏବଂ ଜଣେ ସୁନ୍ଦରଗଡରୁ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣେ ବାଲେଶ୍ୱରର ୨ ବର୍ଷର ଶିଶୁ କନ୍ୟା ଥିଲେ।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧ ରାଜ୍ୟରେ ୫୪ କରୋନା ଆକ୍ଟିଭ କେସ୍ ଥିବାବେଳେ ୨୪ ଜଣ ସୁସ୍ଥ ହୋଇ ଫେରିଛନ୍ତି, ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ସୁଦ୍ଧା ୧୧, ୭୪୮ ନମୂନା ପରୀକ୍ଷା କରାଯାଇଥିଲା। ୪ ହଜାର ୮୬୧ ରାପିଡ ଆଣ୍ଟିବଡି ଟେଷ୍ଟ ହୋଇଛି।