ବଲାଙ୍ଗିର ( ଘଟେଶ୍ୱର ମିଶ୍ର) : ପଂଚମ ଶ୍ରେଣୀର ଛାତ୍ରୀଙ୍କ ପାଟିରୁ ବାହାରୁଛି କାଠ କୋଇଲା। ଏଭଳି ଅବିଶ୍ୱସନୀୟ ଖବର ଆସିଛି ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଳକ ବୁଢିବାହାଲ ଗାଁରୁ।
ଚୁଡାମଣି ପୁଟେଲଙ୍କ ଦଶ ବର୍ଷର ଝିଅ ସସ୍ମିତା ପୁଟେଲ ଗତ ଦୁଇ ବର୍ଷ ହେଲା କାଠ କୋଇଲା ବାନ୍ତି କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞ ଏହା ଦେଖିବା ପରେ ବିଶ୍ୱାସ ନକରି ଫେରାଇ ଦେଇଥିଲେ। ତେବେ ଫେରୁଥିବା ସମୟରେ ଆୟୁଷ ଡାକ୍ତରଙ୍କ ଉପସ୍ଥିତିରେ ସସ୍ମିତା କାଠ କୋଇଲା ବାନ୍ତି କରିଥିଲେ।
ଏହି ଦେଖି ମୋବାଇଲରେ ରେକର୍ଡ କରିଥିଲେ ଡାକ୍ତର। ତା ପରେ ଆୟୁଷ ଡାକ୍ତର ଛାତ୍ରୀଙ୍କୁ ସିଡିଏମ୍ଓଙ୍କ ନିକଟରେ ହାଜର କରାଇଥିଲେ। ପରେ ବଲାଙ୍ଗିର ସି.ଡି.ଏମ୍ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଇବା ସହିତ ଝିଅର ଚିକିତ୍ସା କରାଇ ପ୍ରକୃତ କାରଣ ଜଣାଇବା ପାଇଁ ନିର୍ଦେଶ ଦେଇଛନ୍ତି।
ସେପଟେ ସି.ଡି.ଏମ୍ଓ ଝିଅଟି କୋଇଲା ଖାଇ ବାନ୍ତି କରୁଥିବା ସନ୍ଦେହ କରୁଥିବା ବେଳେ, ଝିଅ ଏବଂ ତାଙ୍କ ମା, ଝିଅ କୋଇଲା ଖାଉ ନଥିବା କହିଛନ୍ତି।