ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ବଡ଼ସୁଆଁଳ ଗାଁରେ କାନ୍ଥ ଭୁଶୁଡ଼ି ୭ ଗୁରୁତର। ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମ ବେଳେ ଘଟିଛି ଅଘଟଣ। ରାସ୍ତା କାମ ପାଇଁ ଉଚ୍ଛେଦ ଚାଲିଥିବା ବେଳେ ଘର କାନ୍ଥ ପଡି ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣ ଛୋଟ ଶିଶୁ ଓ ୨ ଜଣ ମହିଳା ଅଛନ୍ତି।
ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଜେସିବି ପୋଡ଼ିବା ସହ NH ଅବରୋଧ କରିଛନ୍ତି। ତେବେ ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି।